-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
25-Nov-2022
ବିନିକା(ହିମାଂଶୁ ଶେଖର ପୁଟେଲ) ୩ଦଫା ଦାବି ପୂରଣ ନେଇ ଆସନ୍ତା ୨୭ତାରିଖରେ ଶିକ୍ଷକ ସଂଘ ପକ୍ଷରୁ ହେବାକୁ ଯାଉଥିବା ଭୁବନେଶ୍ୱର ଚାଲ ଅଭିଯାନକୁ ସଫଳ କରିବା ନେଇ ସୁବର୍ଣ୍ଣପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶଶାଙ୍କ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଯୋଗେଶ୍ୱର ମନ୍ଦିର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର କୋଣ ଅନୁକୋଣରୁ ଶିକ୍ଷକ/ଶିକ୍ଷୟତ୍ରୀ ଯୋଗଦେଇଥିଲେ ।ପ୍ରମୁଖ ଦାବୀ ମଧ୍ୟରେ ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥାର ସମ୍ପୁର୍ଣ୍ଣ ଉଚ୍ଛେଦ ସମେତ ଶିକ୍ଷା ସହାୟକ ତଥା କନିଷ୍ଠ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ସମୟରେ ନୋସନାଳ ଇନକ୍ରିମେଣ୍ଟ,ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଏବଂ ନୂତନ ପେନସନ ପରିବର୍ତ୍ତେ ପୁରାତନ ପେନସନ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କ ଠୁଁ ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ନପାଇବା ପର୍ଯ୍ୟନ୍ତ ଦିନରାତି ଧାରଣା ଦିଆଯିବ ବୋଲି ନିଷ୍ପତି ନିଆଯାଇଛି । ଜିଲ୍ଲାର ୬ଗୋଟି ବ୍ଲକର ପ୍ରାୟ ୧ହଜାରରୁ ଉର୍ଦ୍ଧ୍ଵ ଶିକ୍ଷକ ଶିକ୍ଷୟତ୍ରୀ ଛୁଟି ନେଇ ଏହି ଧାରଣାରେ ସାମିଲ ହେବେ ବୋଲି ସଭାପତି ଶ୍ରୀପଣ୍ଡା କହିଛନ୍ତି ।ଅନୁଷ୍ଟିତ ଏହି ବୈଠକରେ ଡୁଙ୍ଗୁରିପାଲି ବ୍ଲକ ସଭାପତି ରବୀନ୍ଦ୍ର କୁମ୍ଭାର, ସମ୍ପାଦକ ପ୍ରକାଶ ପଧାନ, ବିରମହାରାଜପୁର ବ୍ଲକ ସଭାପତି ନାରାୟଣ ଜଗଦଲା, ସମ୍ପାଦକ ଅକ୍ଷୟ ରାଏ, ବିନିକା ସମ୍ପାଦକ ଶିବନାରାୟଣ ରଣା, ସଞ୍ଜୟ ପଣ୍ଡା,ସୋନପୁରରୁ ମୀନକେତନ ସାହୁ,ଗୋପେଶ ପଣ୍ଡା,ବିନୋଦମେହେର,ଦୋଳଗୋବିନ୍ଦ ପଣ୍ଡା,ଉଲୁଣ୍ଡାରୁ ମନୋଜ ସାହୁ,ବଳରାମ ଭୋଇ ସମେତ ଅନ୍ୟାନ୍ୟ ଶିକ୍ଷକ ପ୍ରତିନିଧି ଯୋଗଦେଇ ନିଜର ମତବ୍ୟକ୍ତ କରିଥିଲେ । ପରିଶେଷରେ ବିନିକା ବ୍ଲକ କୋଷାଧକ୍ଷ ବିଶ୍ୱ ନାରାୟଣ ମେହେର ଧନ୍ୟବାଦ ଅର୍ପଣ କରିଥିଲେ