-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
25-Nov-2022
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ଶୁକ୍ରବାର ଦିନ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଡ଼. ପାଢ଼ୀ ଇତିହାସ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ଆଗରୁ ବୀରମହାରାଜପୁର ମହାବିଦ୍ୟାଳୟ, ଆଠମଲ୍ଲିକ ମହାବିଦ୍ୟାଳୟ ଓ ସୋନପୁର ମହାବିଦ୍ୟାଳୟ ଇତିହାସ ବିଭାଗରେ କାର୍ଯ୍ୟରତ ଥିଲେ ।
ସରକାରଙ୍କ ନିର୍ଦ୍ଦେଶ କ୍ରମେ ନଭେମ୍ବର ୧୭ରୁ ଆଠମଲ୍ଲିକ କଲେଜରୁ ବଦଳି ହୋଇ ଆସିଥିବା ଜଣାଯାଇଛି। ଡ. ପାଢ଼ୀ ଜଣେ ଜଣାଶୁଣା ଲେଖକ, ସଂସ୍କୃତି ଗବେଷକ, ସୁବକ୍ତା ଓ ଜାତୀୟ ସ୍ତରରେ ପରିଚିତ ପରିଭ୍ରମଣ ଲେଖକ । ତାଙ୍କର ଏକ
ଗବେଷଣାତ୍ମକ ପୁସ୍ତକ ସହିତ ଇଂରାଜୀ ଓ ଓଡ଼ିଆ ଭାଷାରେ ଶତାଧିକ ପ୍ରବନ୍ଧ ଜାତୀୟ ଓ ରାଜ୍ୟ ସ୍ତରୀୟ ସମ୍ବାଦପତ୍ର ଓ ପତ୍ରିକା ମାନଙ୍କରେ ପ୍ରକାଶିତ ହୋଇଅଛି । ଅଧ୍ୟାପନା କ୍ଷେତ୍ରରେ ତାଙ୍କର ୩୨ ବର୍ଷର ଅଭିଜ୍ଞତା ରହିଛି । ସେ ବିଭିନ୍ନ ସମୟରେ ଜାତୀୟ ଓ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ରରେ ଯୋଗଦାନ କରି ପ୍ରବନ୍ଧ ଉପସ୍ଥାପନା କରିଛନ୍ତି । ଏହି ଅବସରରେ ଡ.ପାଢୀ ଙ୍କୁ ବିଭିନ୍ନ ମହଲରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଉଥିବା ଜଣାଯାଇଛି।