-+91-9937148622 |

prerana_bgr@rediffmail.com |

  Friday 31st July 2026 |

| | | |

R.N.I. Regd No. ODIODI/2010/46693

Breaking News

ବରିଷ୍ଠ କଂଗ୍ରେସ ନେତାଙ୍କ ବନ୍ଯା ଅଞ୍ଚଳ ପରିଦର୍ଶନ   (31-Jul-2026)       ||      ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ   (31-Jul-2026)       ||      *ଭାରତ ବିକାଶ ପରିଷଦ, ସୋନପୁର ଶାଖା ପକ୍ଷରୁ ସିଡ୍ ବଲ୍ ନିକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ*-   (31-Jul-2026)       ||      ଆଗଲପୁର ବ୍ଲକ ରେ ବନ୍ୟା, ବିଚ୍ଛିନ୍ନ ରାସ୍ତା ଶୀଘ୍ର ମରାମତି, ଘର ଓ ଜମି ରେ ବାଲିଚର କ୍ଷତିପୂରଣ ପାଇଁ ଦାବି                        (31-Jul-2026)       ||      ବରଗଡ଼ ଜିଲ୍ଲା ଲାୟନ୍ସ ଓ ଲିଓ କ୍ଳବ୍ ର ପ୍ରତିଷ୍ଠା ଦିବସ    (31-Jul-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଘର ବୁଡ଼ିଲା ନଦୀ କୁଳିଆ ଚାଷଜମି   (31-Jul-2026)       ||      ରେଳ ଉନ୍ନୟନ ପାଇଁ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   (30-Jul-2026)       ||      କୁମିଆଁପାଲିରେ ବିସ୍ଥାପିତପରିବାରଙ୍କ ପାଖରେ ପହଞ୍ଚିଲା ବିଜେଡି ଫେକ୍ଟଫାଇଣ୍ଡିଙ୍ଗ ଟିମ   (30-Jul-2026)       ||      କଣ୍ଡରା ଗ୍ରାମର ନଦୀ ଭିତରେ ଫସିଥିବା ଚାରି ଜଣଙ୍କୁ ଉଦ୍ଧାର କଲା ପ୍ରଶାସନ   (30-Jul-2026)       ||      ବଲାଙ୍ଗିର ଜିଲ୍ଲା କାରାଗାରରେ ସ୍ୱାସ୍ଥ୍ୟ ଶିବିର   (30-Jul-2026)       ||      ବନ୍ୟାଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ   (30-Jul-2026)       ||      ସୋନପୁର ପୈ।ର ପ୍ରଶାସନର ଜୋର ଜବରଦସ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ର ଖୋଲାଖୋଲି ଉଲଂଘନ! ଗରିବ ଦୋକାନୀ ହନ୍ତସନ୍ତ   (30-Jul-2026)       ||      ଆମ ଗହଣରେ ଆଉନାହାନ୍ତି ପିପି ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ବାଙ୍କା ବିହାରୀ ପଣ୍ଡା    (30-Jul-2026)       ||      ଧର୍ମେନ୍ଦ୍ର ଙ୍କୁ ନେଇ ରୋହିତ ଙ୍କ ବୟାନ କୁ ନେଇ ବିଜେପି ର ପ୍ରତିକ୍ରିୟା *ରୋହିତ ଙ୍କ ବୟାନ "ସୈତାନ ର ବେଦ ପାଠ ଭଳି"* - ନାଉରୀ   (30-Jul-2026)       ||      ରେଡକ୍ରସ ତାଲିମ ଶିବିରରେ ମେଗା ରକ୍ତଦାନ ଶିବିର, ୭୨ ୟୁନିଟ୍ ରକ୍ତ ସଂଗ୍ରହ   (29-Jul-2026)       ||      କୁସୁମୀ ରାମଲୀଳା ପଡ଼ିଆରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମୀ ପରୀକ୍ଷା   (29-Jul-2026)       ||      ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ; ଜନସାଧାରଣଙ୍କ ସୁରକ୍ଷା ରାଜ୍ୟସରକାରଙ୍କ ପ୍ରାଥମିକତା   (29-Jul-2026)       ||      ଗୁରୁ ପୁର୍ଣିମା ଦିବସ ପାଳିତ    (29-Jul-2026)       ||      ଶ୍ରୀ ତପୋବନରେ ତହଁକ କୁଟୁମ ଗୁରୁ ପୂର୍ଣ୍ଣିମାରେ ଆଧ୍ୟାତ୍ମିକ କବିତା ଆସର   (29-Jul-2026)       ||      *କେଲିଆ ଶୈବ ପୀଠରେ ବୋଲବମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ*   (29-Jul-2026)       ||     

HOME   ଜିଲ୍ଲା

କାଲେଶ୍ୱର ଆବାସିକ ବିଦ୍ୟାଳୟ ପରିଚାଳକଙ୍କୁ ଜିଲାପାଳଙ୍କ କଡା ତାଗିଦ, ଶିଶୁ ସୁରକ୍ଷା ଅବହେଳା ହେଲେ ବିଦ୍ୟାଳୟ ବନ୍ଦ ହେବ

23-Nov-2022



ବୌଦ୍ଧ(ଅକୃର ସାହୁ): ବୁଧବାର ଅପରାହ୍ନରେ ଜିଲାପାଳ ସତ୍ୟ ରଞ୍ଜନ ସାହୁ କାଲେଶ୍ୱର ଆବାସିକ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କ ସୂରକ୍ଷା, ରକ୍ଷଣାବେକ୍ଷଣ, ଶିକ୍ଷାଦାନ ବ୍ୟବସ୍ଥା, ଖାଦ୍ୟ ବ୍ୟବସ୍ଥା, ହଷ୍ଟେଲ ବ୍ୟବସ୍ଥା ,ପରିଷ୍କାର ପରିଛନ୍ନତା, ଶୌଚାଳୟ ଆଦି ସଂପର୍କରେ ଅନୁଧ୍ୟାନ କରିଥିଲେ । ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁ ଛାତ୍ରଛାତ୍ରୀମାନଙ୍କ ସହିତ ମିଶି

ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ବିଦ୍ୟାଳୟର ପିଲାମାନଙ୍କ ନିକଟରେ ରକ୍ତହୀନତା, ପୁଷ୍ଟିହୀନତା ଦେଖିବାକୁ ପାଇବାସହ ତତ୍କାଳ ସେଠାରେ ଏକ ମେଡିକାଲ କ୍ୟାମ୍ପ କରି ଶିଶୁମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ୟାମ୍ପରେ ଶିଶୁ ବିଶେଷଜ୍ଞ, ଚକ୍ଷୁ ବିଶେଷଜ୍ଞ, ଚର୍ମ ବିଶେଷଜ୍ଞ ଉପସ୍ଥିତ ରହିବା ସହିତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସରିବା ପର୍ଯ୍ୟନ୍ତ କ୍ୟାମ୍ପ ପରିଚାଳନା କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ଅଶାକର୍ମୀମାନେ ବିଦ୍ୟାଳୟରେ ପହଞ୍ଚି ସମସ୍ତ ଶିଶୁଙ୍କ ପରିଷ୍କାର ପରିଛନ୍ନତା ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟରେ ଆକ୍ୱାଗାର୍ଡ ଲଗାଇ ବିଶୁଦ୍ଧ ପାନୀୟଜଳ ଶିଶୁମାନଙ୍କୁ ଦେବାକୁ ପରିଚାଳନା ସଂସ୍ଥାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେହପରି ଛାତ୍ରଛାତ୍ରୀଙ୍କ ସଂଖ୍ୟା ତୁଳାନରେ ପାଇଖାନା କମ ଥିବାରୁ ଜିଲାପାଳ ଶ୍ରୀସାହୁ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ପାଇଁ ପୋଷାକ,ଜୋତା,ଔଷଧ,ପୁଷ୍ଟିକର ଖାଦ୍ୟ, ଖଟ ଓ ମଶାରୀ ଆଦି ଯୋଗାଇଦେବାକୁ ଜିଲା ମଙ୍ଗଳ ଅଧିକାରୀ ବିଜୟ କୁମାର ପ୍ରଧାନଙ୍କୁ ନିର୍ଦ୍ଦେଶ ଦେବା ସହିତ ସମସ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଆସନ୍ତାକାଲି ବିଦ୍ୟାଳୟ ପରିଚାଳକ ୪ ମାସର ଅଡିଟ ରିପୋର୍ଟ, ବିଦ୍ୟାଳୟକୁ ମିଳିଥିବା ଅନୁଦାନ ଏବଂ ଖର୍ଚ୍ଚ

ବିବରଣୀ ଅତିରିକ୍ତ ଜିଲାପାଳଙ୍କ ନିକଟରେ ଉପସ୍ଥାପନ କରିବାକୁ ଜିଲାପାଳ କଡା ନିର୍ଦ୍ଦେଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା,ତହସିଲଦାର ଦେବୀ ପ୍ରସାଦ ଦାଶ,ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଳ କୁମାର ପ୍ରଧାନ ଏବଂ ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଉପସ୍ଥିତ ଥିଲେ । ପରେ ପରେ ଜିଲାପାଳ ଅନ୍ୟ ଅଧିକାରୀମାନଙ୍କ ସହିତ ସରସରାଠାରେ ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମିତ ଶହେ ଶଯ୍ୟା ବିଶିଷ୍ଟ ହଷ୍ଟେଲ ପରିଦର୍ଶନ କରିବାକୁ ଯାଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରିଷ୍ଠ କଂଗ୍ରେସ ନେତାଙ୍କ ବନ୍ଯା ଅଞ୍ଚଳ ପରିଦର୍ଶନ   31-Jul-2026
  ଜିଲ୍ଲା  
ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ   31-Jul-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ, ସୋନପୁର ଶାଖା ପକ୍ଷରୁ ସିଡ୍ ବଲ୍ ନିକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ*-   31-Jul-2026
  ଜିଲ୍ଲା  
ଆଗଲପୁର ବ୍ଲକ ରେ ବନ୍ୟା, ବିଚ୍ଛିନ୍ନ ରାସ୍ତା ଶୀଘ୍ର ମରାମତି, ଘର ଓ ଜମି ରେ ବାଲିଚର କ୍ଷତିପୂରଣ ପାଇଁ ଦାବି                       31-Jul-2026
  ଜିଲ୍ଲା  
ବରଗଡ଼ ଜିଲ୍ଲା ଲାୟନ୍ସ ଓ ଲିଓ କ୍ଳବ୍ ର ପ୍ରତିଷ୍ଠା ଦିବସ   31-Jul-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଘର ବୁଡ଼ିଲା ନଦୀ କୁଳିଆ ଚାଷଜମି   31-Jul-2026
  ଜିଲ୍ଲା  
ରେଳ ଉନ୍ନୟନ ପାଇଁ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   30-Jul-2026
  ରାଜ୍ୟ  
କୁମିଆଁପାଲିରେ ବିସ୍ଥାପିତପରିବାରଙ୍କ ପାଖରେ ପହଞ୍ଚିଲା ବିଜେଡି ଫେକ୍ଟଫାଇଣ୍ଡିଙ୍ଗ ଟିମ   30-Jul-2026
  ଜିଲ୍ଲା  
କଣ୍ଡରା ଗ୍ରାମର ନଦୀ ଭିତରେ ଫସିଥିବା ଚାରି ଜଣଙ୍କୁ ଉଦ୍ଧାର କଲା ପ୍ରଶାସନ   30-Jul-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲା କାରାଗାରରେ ସ୍ୱାସ୍ଥ୍ୟ ଶିବିର   30-Jul-2026
  ଜିଲ୍ଲା  
ବନ୍ୟାଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ   30-Jul-2026
  ଜିଲ୍ଲା  
ସୋନପୁର ପୈ।ର ପ୍ରଶାସନର ଜୋର ଜବରଦସ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ର ଖୋଲାଖୋଲି ଉଲଂଘନ! ଗରିବ ଦୋକାନୀ ହନ୍ତସନ୍ତ   30-Jul-2026

You Might Also Like