-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
23-Nov-2022
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) ଜନମ ମରଣ ବରଷା କହି ନପାରନ୍ତି ପୁରୁଷା । ଜନ୍ମ ମୃତ୍ୟୁ ଧୃବ ସତ୍ୟ । କାହାର ଯେ କେତେବେଳେ ମୃତ୍ୟୁ ହେବ କହି ହେବ ନାହିଁ । ଗାଧୋଉଥିବା ସମୟରେ ହଠାତ ଚାଲିଗଳା ଜଣେ ଜବାନଙ୍କ ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିରରେ । ବଲାଙ୍ଗିରର ରିଜର୍ଭ ବ୍ୟାରେକ ଭିତରେ ଥିବା ପୋଖରୀରେ ଓ.ଏ.ପି.ଏଫ ବା ଓଡିଶା ଅକ୍ସୁଲାରୀ ପୋଲିସ ଫୋର୍ସର ଜବାନ ବୀର ଶୋଢା ଗାଧୋଇଥିଲେ । ହଠାତ ପାଣି ଭିତରେ ଅଚେତ ଅବସ୍ଥାରେ ପଡି ଯାଇ ମୃତ୍ୟୁବରଣ କରିଥିଲେ । ଟାଉନ ପୋଲିସକୁ ଶବକୁ ଉଦ୍ଧାର କରି ପୋଷ୍ଟମୋର୍ଟମ ପାଇଁ ପଠାଇଥିଲା । ମୃତ ଜବାନ ଜଣକ ମାଳକାନଗିରି ଜିଲ୍କାର ବୋଲି ଜଣାପଡିଛ । ପୋଷ୍ଟମୋର୍ଟମ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା ॥ ମୃତ ଜବାନ ବୀର ଫିଟସ ରୋଗରେ ଆକ୍ରାନ୍ତ ଥିଲେ । ଗାଧୋଇ ଥିବା ସମୟରେ ଫିଟସର ଆଟାକ ହେବାରୁ ଜୀବନ ହାରିଥିବା ପରିବାର ଲୋକେ କହୁଛନ୍ତି । ଜଣେ ଜବାନଙ୍କ ଏପରି ମୃତ୍ୟୁ ପରେ ପୋଲିସ ରିଜର୍ଭ ଭିତରେ ଶୋକର ଛାୟା ଖେଲିଯାଇଛି ।