-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
19-Nov-2022
ବଲାଙ୍ଗିର(ସନ୍ତୋଷ କୁମାର ଠାକୁର) ସ୍ଥାନୀୟ ଠିକାଦାର ପଡା ଠାରେ ଗାତ ୯ ତାରିଖରୁ ଆରମ୍ଭ ହୋଇ 20 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ତୁଳସୀ ରାମାୟଣ ପାରାୟଣ ରେ ବଲାଙ୍ଗିର ମୁନିସିପାଲଟିର ନଗରପାଳ ଶ୍ରୀମତୀ ଲିକl ସାହୁ ଆଜି ଅଷ୍ଟମ ଦିନରେ ଯୋଗଦେଇ ଥିଲେ I ସେ ଏଠାରେ ପୂଜା ପାଉଥିବା ପ୍ରଭୁଙ୍କ
ଦର୍ଶନ କରି ପୂଜା କରି ସମସ୍ତଙ୍କର କଲ୍ଯାଣ କାମନା କରିଥିଲେ I କିଛି ସମୟ ରାମାୟଣ ପାରାୟଣ ଶ୍ରବଣ କରିବା ସହିତ ମହିଳା ଭକ୍ତ ମାନଙ୍କ ସହିତ ପ୍ରଭୁଙ୍କ ସଙ୍ଗୀତ ଓ ନୃତ୍ୟରେ ସାମିଲ ହୋଇଥିଲେ I ପଡାବାସୀ ତାଙ୍କୁ ସ୍ଵାଗତ କରିଥିଲେ ଏହି ପାରାୟଣରେ ବ୍ୟାସ ରୂପରେ ପାଟଣାଗଡ଼ ଅଅଁଳା ଚୁଆଁ ର ରମାକାନ୍ତ ପଣ୍ଡା ନବଦିନ ବ୍ୟାପି ପୁରାଣ ପାଠ କରୁଛନ୍ତି I ମୁଖ୍ୟ କର୍ତ୍ତା ରୂପେ ବିଜୟ ମିଶ୍ର ଓ ତାଙ୍କର ପତ୍ନୀ ପ୍ରେମଲତା ମିଶ୍ର ଥିବା ବେଳେ ପୂଜକ ଦେବରାଜ ମିଶ୍ର ଆଛନ୍ତି I ଆଜି ଅଷ୍ଟମ ଦିନରେ ପହଞ୍ଚିଥିବା ରାମାୟଣ କଥାରେ ରାବଣ ବଧ ଓ ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ବର୍ଣନା ବେଳେ ବ୍ୟାସ ଙ୍କ ବୁଝାଉଥିବା ଶୈଳୀ ଶ୍ରୋତା ମାନଙ୍କୁ ମୁଗ୍ଧ କରିଥିଲା
l ଆସନ୍ତା କାଲି ପାରାୟଣ ର ଶେଷ ଦିବସରେ ପ୍ରଭୁଙ୍କ ଅଭିଷେକ ହେବ I ସମଗ୍ର ପଡା ରେ ସ୍ଵାଗତ ପାଇଁ ଉତ୍ସବ ମୁଖର ହୋଇ ଉଠିଛି I ପ୍ରତି ଘର ଆଗରେ କଳସ ସ୍ଥାପନ କରି ସମସ୍ତେ ଅଯୋଧ୍ୟା ବାସୀ ପ୍ରଭୁ ଶ୍ରୀରାମ କୁ ପୂଜନ କରି ରାମ ଲକ୍ଷ୍ମଣ ସୀତା ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ରେ ମୁଖରିତ I ସମସ୍ତ କାର୍ଯ୍ୟକ୍ରମ ସଫଳତାରେ ଦୁର୍ବାଦଳ ସ୍ଵାଇଁ, ବସନ୍ତ ସ୍ଵାଇଁ, ଅର୍ଜୁନ ପାତ୍ର, ବାବୁଲା ସାହୁ ପ୍ରମୂଖ ସହଯୋଗରେ ପାରାୟଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି I