-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
19-Nov-2022
(ପ୍ରଦିପ କୁମାର ସାହୁ)
ମ.ରାମପୁର I ଜାତୀୟ ଗ୍ରାମୀଣ କୃଷି ବିକାଶ ବ୍ୟାଙ୍କ ନାବାର୍ଡ ସହାୟତାରେ ତଥା ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ଆନୁକୁଲ୍ୟରେ ସ୍ଥାନୀୟ ବ୍ଳକ ସମ୍ମିଳନୀ କକ୍ଷରେ ତୃଣମୂଳ ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି I ନାବାର୍ଡ କଳାହାଣ୍ଡି ଡ଼ିଡ଼ିଏମ ଶ୍ରୀଯୁକ୍ତ ମହେଶ୍ୱର ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତାଲିମ କାର୍ଯ୍ୟକ୍ରମ ରେ ଶ୍ରୀମତୀ ବୀଣାପାଣି ସାହୁ ସରପଞ୍ଚ ମ.ରାମପୁର, ପ୍ରତିନିଧି ଓଡିଶା ଜୀବିକା ମିଶନ ଶ୍ରୀଯୁକ୍ତ ସୁଧୀର କୁମାର ଦାସ, ଶ୍ରୀଯୁକ୍ତ ଆଦିତ୍ୟ କୁମାର ମହାକୁଡ଼, ଯୁକ୍ତ ମାନଭଞ୍ଜନ ସ୍ୱାଇଁ ଶାଖା ପରିଚାଳକ ଭାରତୀୟ ଷ୍ଟେଟ ବ୍ୟାଙ୍କ ମ.ରାମପୁର ଶାଖା, ମହାଶକ୍ତି ଫାଉଣ୍ଡେସନ ତରଫରୁ ଶ୍ରୀଯୁକ୍ତ ଜଗଦୀଶ ଦାସ, ଶ୍ରୀଯୁକ୍ତ ଦେବେନ୍ଦ୍ର ମିଶ୍ର , ଶ୍ରୀଯୁକ୍ତ ହୃଷିକେଶ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ୱୟଂ ସହାୟକ ଦଳର ମହିଳା ମାନଙ୍କୁ ବିଭିନ୍ନ ବିଷୟରେ ତାଲିମ ପ୍ରଦାନ କରିଥିଲେ I
ସାମ୍ପ୍ରତିକ ସମାଜରେ ସ୍ୱୟଂ ସହାୟକ ଦଳର ଗୁରୁତ୍ୱ ଓ ଭୂମିକା, ସେମାନେ କିପରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବେ ସେ ବିଷୟରେ ସମସ୍ତଙ୍କୁ କହିଥିଲେ I ଏହି ଅବସରରେ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ରେ ସାମିଲ ହୋଇ ଗତବର୍ଷ ମୃତ୍ୟୁବରଣ କରିଥିବା ମଟୋଗଣ୍ଡା ଗ୍ରାମର ସୁଶୀଲା କରୁଆଁ ଙ୍କ ସ୍ୱାମୀ ସତମନ କରୁଆଁ ଙ୍କୁ ଦୁଇଲକ୍ଷ ଟଙ୍କାର ବୀମାରାଶି ପ୍ରଦାନ କରାଯାଇଥିଲା I ଏଠାରେ ସୂଚନା ଯୋଗ୍ୟ ଯେ, ମହାଶକ୍ତି ଫାଉଣ୍ଡେସନ ତରଫରୁ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହେବା ପାଇଁ ସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି I ଏଯାବତ ଅଠର ଜଣ ହିତାଧିକାରୀଙ୍କୁ ଉକ୍ତ ଯୋଜନା ରେ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଲାଭ ମିଳିଥିବା ଅନୁଷ୍ଠାନ ର ଶ୍ରୀଯୁକ୍ତ ହୃଷିକେଶ ସାହୁ ଓ ପ୍ରକାଶ ଚନ୍ଦ୍ର ସାହୁ ପ୍ରକାଶ କରିଥିଲେ I ଏହି କାର୍ଯ୍ୟକ୍ରମ କୁ ଶ୍ରୀ ଦେବେନ୍ଦ୍ର ମିଶ୍ର ପରିଚାଳନା କରିଥିବା ବେଳେ ଜ୍ୟୋତିଷ ନାଏକ, ମମିତା ପୂଝାରୀ ପ୍ରମୁଖ ସହଯୋଗ କରିଥିଲେ I