-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
16-Nov-2022
ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ଡାବୁଗାଁ ସାମ୍ବାଦିକ ସଂଘ ତରଫରୁ ଆଜି ଡାବୁଗାଁ ଜୟନ୍ତୀ ନଗର ସ୍ଥିତ ପ୍ରେସ କ୍ଳବ୍ ଠାର ଡାବୁଗାଁ ପ୍ରେସ କ୍ଳବ୍ ର ସମ୍ପାଦକ ମିହିର ଶଙ୍କର ପାତ୍ର ଙ୍କ ନେତୃତ୍ବରେ ସାମ୍ବାଦିକ ମାନେ ଏକତ୍ରିତ ହୋଇ ଏକ ବୈଠକ ଅନୁଷ୍ଠିତ କରିଥିଲେ ।ସାମ୍ବାଦିକ ମାନଙ୍କ ଅବସର କାଳୀନ ଭତ୍ତା ପ୍ରଦାନ ,ସାମ୍ବାଦିକଙ୍କ ବୃତ୍ତିଗତ, ସାମାଜିକ, ଅର୍ଥନୀତିକ, ପାରିବାରିକ, ଗୋଷ୍ଠୀଗତ, ଆନୁଷ୍ଠାନିକ, ସୁରକ୍ଷା ଦାବୀ ଦିଗରେ ବୈଚାରିକ ସମନ୍ବୟ ରକ୍ଷା ନିମନ୍ତେ ରାଜ୍ୟ ସ୍ତରରେ ବିଭିନ୍ନ କମିଟି ଗଠନ କରାଯାଇ ସେହି କମିଟି ମାନଙ୍କରେ ରାଜ୍ୟର ଅଗ୍ରଣୀ ସାମ୍ବାଦିକ ସଂଘର ମୂଖ୍ୟ ବା ପ୍ରତିନିଧି ମାନଙ୍କୁ ସ୍ଥାନ ଦିଆଯାଉ ବୋଲି ଡାବୁଗାଁ ସାମ୍ବାଦିକ ସଂଘର ସଭାପତି ପ୍ରଜ୍ଞା ରଞ୍ଜନ ପରିଡ଼ା , ସମ୍ପାଦକ ମିହିର ଶଙ୍କର ପାତ୍ର , ଉପ ସଭାପତି ଗଗନ ଗନ୍ତାୟତ , କୋଷାଧ୍ୟକ୍ଷ ସୁଶାନ୍ତ କୁମାର ପଣ୍ଡା, ଗୋପାଳ ପଣ୍ଡା, ତରଣୀ ସେନ ଜେନା,ଡାକ୍ରୃସି କଲାର ସାମ୍ବାଦିକ ମାନେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ରିପୋର୍ଟ : ମିହିର ଶଙ୍କର ପାତ୍ର,ନବରଙ୍ଗପୁର