-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
15-Nov-2022
ବିନିକା(ହିମାଂଶୁ ଶେଖର ପୁଟେଲ) ପଶ୍ଚିମ ଓଡିଶାର ପ୍ରସିଦ୍ଧ ଶୈବପୀଠ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଅନ୍ତର୍ଗତ ଚରଦା ଠାରେ ଥିବା କପିଳେଶ୍ୱର ମନ୍ଦିର ହୁଣ୍ଡିରୁ ୟୁନାଇଟେଡ଼ ଷ୍ଟେଟ ଅଫ ଆମେରିକା ଲେଖା ଥିବା ଏକ ବିଦେଶୀ ମୁଦ୍ରା ମିଳିଛି ।ଆଜି ଟ୍ରଷ୍ଟ ବୋର୍ଡ କମିଟି ସଭାପତି ଅଶୋକ କୁମାର ପୃଷ୍ଟି ଓ କମିଟି ସଦସ୍ୟଙ୍କ ଉପସ୍ଥିତିରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତମାନେ ଦାନ କରୁଥିବା ଅର୍ଥ ଦାନବାକ୍ସ (ହୁଣ୍ଡି) ଖୋଲାଯାଇଥିଲା ଗତ ଅକ୍ଟୋବର ୨୫ତାରିଖରୁ ଆଜି ୧୫ତାରିଖ ମଧ୍ୟରେ ଜମା ହୋଇଥିବା ଦାନ ଟଙ୍କା ୮୭୩୫ ବାହାରିଥିଲା ସେଥିରେ ଗୋଟିଏ ବିଦେଶୀ ମୁଦ୍ରା ମିଳିଥିବାରୁ ଏହି ଐତିହାସିକ ପୀଠକୁ ଭାରତ ବାହାରୁ ପର୍ଯ୍ୟଟକ ଓ ଭକ୍ତ ଦର୍ଶନ କରି ଆସୁଥିବା ଜଣାପଡିଛି ।କିନ୍ତୁ ପରିତାପର ବିଷୟ ପର୍ଯ୍ୟଟନର ମାନ୍ୟତା ବହନ କରିଥିବା ଏହି ପ୍ରାଚୀନ ଶୈବପୀଠର ଉନ୍ନତି ଓ ଆକର୍ଷଣୀୟ ଦିଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।