-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
16-Nov-2022
ବଲାଙ୍ଗୀର(ପ୍ରେରଣା ଖବର) :- ଆଜି ସକାଳେ ପ୍ରେରଣା କାର୍ଯ୍ୟାଳୟ ଠାରେ ଜାତୀୟ ପ୍ରେସ ଦିବସ ଅବସରରେ " ଦେଶ ଗଠନରେ ଗଣ ମାଧ୍ୟମ ର ଭୂମିକା" ଶୀର୍ଷକ ଆଲୋଚନା ହୋଇଥିଲା । ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ ର ପୂର୍ବତନ ସଭାପତି ବରିଷ୍ଠ ସାମ୍ବାଦିକ ଗୋପବନ୍ଧୁ ଶତପଥୀ ଯୋଗଦେଇ ଦେଶ
ଗଠନରେ ଗଣ ମାଧ୍ୟମ ର ଭୂମିକା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ସାପ୍ତାହିକ ଖବର କାଗଜ ପ୍ରେରଣା ର ସମ୍ପାଦକ ରଘୁ ନନ୍ଦନ ସିଂ ଯୋଗଦେଇ ଗଣ ମାଧ୍ୟମ ର ଦାୟିତ୍ୱବୋଧ ଉପରେ ସମ୍ୟକ୍ ଧାରଣା ଦେଇଥିଲେ । ବରିଷ୍ଠ ସାମ୍ବାଦିକ ଶରତ ମହାକୁର ଅନ୍ୟତମ ଅତିଥି ଭାବରେ ଯୋଗଦେଇ ପ୍ରେସ କାଉନସିଲ ଗଠନ ସମ୍ବନ୍ଧରେ ସୂଚନା ଦେଇ ଜାତୀୟ ପ୍ରେସ ଦିବସ ସେହି ଦିନଠାରୁ ପାଳନ ହୋଇ ଆସୁଥିବା କହିଥିଲେ । ରାଜ୍ୟ ସାମ୍ବାଦିକ ସଂଘ ଓଡ଼ିଶା ର ସମ୍ପାଦକ ମହେନ୍ଦ୍ର କୁମାର ଦର୍ଯି ଙ୍କ
ଅଧ୍ୟକ୍ଷତା ରେ ଜାତୀୟ ପ୍ରେସ ଦିବସ ପାଳନ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ସାମ୍ବାଦିକ ରାଜ କୁମାର ଦାଶ,ଜୟ ପ୍ରକାଶ ମଟାରି ,ସତ୍ୟ ନାରାୟଣ ପଟେଲ,ମହେନ୍ଦ୍ର ପଧାନ, ନୀରୋଜ ମିଶ୍ର,ବାଳକୃଷ୍ଣ ଷଡ଼ଙ୍ଗୀ,ବିନୋଦ ଦୀପ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ଆଲୋଚନାଚକ୍ର ରେ ତାଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଶେଷରେ ଯୁବ ସାମ୍ବାଦିକ ସନ୍ତୋଷ ଠାକୁର ଧନ୍ୟବାଦ୍ ଅର୍ପଣ କରିଥିଲେ ।