-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
15-Nov-2022
ବୀରମହାରାଜପୁର,(ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର ଗ୍ରାମପଞ୍ଚାୟତ ସେରଗେଡା ଗ୍ରାମର ଖଜୁରୀମୁଣ୍ଡା ପୋଖରୀ ରେ ମାଛ ଛାଡିବା ପାଇଁ ନିଲାମ ଡାକ ହୋଇ ଥିଲା, କିନ୍ତୁ ଗ୍ରାମର ଅଧିକାଂଶ ଲୋକ ଏହାକୁ ବିରୋଧ କରି ପ୍ରଶାସନ ର ଦ୍ୱାରସ୍ତ ହୋଇଥିଲେ l ଗ୍ରାମର ଏକମାତ୍ର ପୋଖରୀ ଯେଉଁଠି ଲୋକ ଗାଧୋଇବା ସହିତ ପିଇବା ପାଇଁ ପାଣି ବ୍ୟବହାର କରିଥାନ୍ତି l ଗ୍ରାମପଞ୍ଚାୟତ ର ସରପଞ୍ଚ ଉକ୍ତ ପୋଖରୀ କୁ ଡାକ କରିବାରୁ ଗ୍ରାମବାସୀ ହାଇକୋର୍ଟ ର ମଧ୍ୟ ଦ୍ୱାରସ୍ତ ହୋଇ ଥିବାର ପ୍ରକାଶ କରିଛନ୍ତି l ଏନେଇ, ଉପଜିଲ୍ଲାପାଳ ବୀରମହାରାଜପୁର ଏବଂ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି l ସୁବର୍ଣ୍ଣପୁର ଜିଲ୍ଲପାଳ ସୁନୀଲ ଆବୋଲି ନରୱାଣେ ଙ୍କ ନିର୍ଦେଶ କ୍ରମେ ସଂଗ୍ରାମପୁର ସରପଞ୍ଚ ଅଳକା କର୍ମୀ ଗତ ୭ ନଭେମ୍ବର ଦିନ ନୋଟିସ କରି ୧୫ ନଭେମ୍ବର ୨0୨୨ ଦିନ ଗ୍ରାମରେ ପଲ୍ଲୀସଭା ଜରିଆରେ ସମାଧାନ କରିବାକୁ ଉଦ୍ୟମ କରିଥିଲେ l ଏଥିରେ ଗ୍ରାମର ଅଧିକାଂଶ ଲୋକ ଅନୁପସ୍ଥିତ ଥିଲେ l ଉକ୍ତ ପୋଖରୀ ଠିକା ବାତିଲ ନହେବାଯାଏ ଆନ୍ଦୋଳନ ଜାରୀ ରହିବ ବୋଲି ଗ୍ରାମବାସୀ ଜିଦ ରେ ଅଟଳ ଥିବା ଜଣାଯାଇଛି l ଗ୍ରାମବାସୀ ଙ୍କ ତରଫରୁ ୱାର୍ଡ ମେମ୍ବର କରୁଣାକର ବେହେରା,, ଲଳିତା ସାହୁ, ବ୍ରଜେଶ୍ବରୀ ସାହୁ, ନନ୍ଦିନୀ ସାହୁ, ଦେବକୀ କର୍ମୀ, ରିତାଞ୍ଜଳୀ ସେଠି, ରୂପକାନ୍ତି କର୍ମୀ ଙ୍କ ସମେତ ବହୁ ଗ୍ରାମବାସୀ ଅଭିଯୋଗ ପତ୍ର ରେ ଦସ୍ତଖତ କରି ବିରୋଧ ଜାରିରଖିଛନ୍ତି l ଆଗକୁ ପୋଖରୀ ଡାକ ବାତିଲ ନହେଲେ ଆନ୍ଦୋଳନ କୁ ଜୋରଦାର କରାଯିବାକୁ ଚେତାବନୀ ଦେଇ ଥିବାର ଜଣାଯାଇଛି l