-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
15-Nov-2022
ବଲାଙ୍ଗିର (ପ୍ରେରଣା ଖବର ବ୍ୟୁରୋ) ବଲାଙ୍ଗିର ସୋନପୁର ଜାତୀୟ ରାଜପଥ ସ୍ଥିତ ୭ ମାଇଲ ଛକ ନିକଟରେ ଏକ କୋଇଲା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁଇ ଗୁରୁତର ବଲାଙ୍ଗୀର ମେଡ଼ିକାଲରେ ଭର୍ତ୍ତୀ ଆହତ ଜଣକ ଅନୁଗୁଳ ଜିଲ୍ଲା ଜମୁନାନି ର କୁଳମଣି ସେଠ ହୋଇଥିବା ବେଳେ ହେଲପର ଶୁଭମ ମୁଣ୍ଡା ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ
ସେମାନେ ଏକ କୋଇଲା ବୋଝେଇ ଟ୍ରକ ନେଇ ତାଳଚେର ରୁ ଲାଞ୍ଜିଗଡ଼ ଅଭିମୁଖେ ବାହାରିଥିଲେ। ସତମାଇଲ ଛକ ନିକଟରେ ପହଁଚିଲା ବେଳେ ନିଦରେ ଡ୍ରାଇଭରର ଆଖି ଲାଗି ଯିବାରୁ ଗାଡ଼ି ଟି ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା। ଏଥିରେ ଡ୍ରାଇଭର ର ମୁଣ୍ଡରେ ଆଘାତ ଲାଗିଥିବା ବେଳେ ହେଲପର ମଧ୍ୟ ଆହତ ହୋଇଛନ୍ତି । ଦୁହିଁଙ୍କୁ ଗୁରୁତର ଅବସ୍ଥା ରେ ଉଦ୍ଧାର କରି ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।