-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
15-Nov-2022
ସମ୍ବଲପୁର,(ସଂଜୀବ ପାଣିଗ୍ରାହୀ)
"ସେବା" ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ହୀରାକୁଦ ଲରପଙ୍କ ସ୍ଥିତ କଳ୍ପତରୁ ସେବାଶ୍ରମର ଅନ୍ତେବାସୀଙ୍କ ସହ ସୋମବାର ଶିଶୁ ଦିବସ ପାଳିତ ହୋଇଯାଇଅଛି I ଏହି କାର୍ଯ୍ୟକ୍ରମକୁ ସକାଳ ନନ୍ଦିଘୋଷ ଗୃପର ପଶ୍ଚିମ ଓଡ଼ିଶା ପ୍ରବନ୍ଧକ ନରୋତ୍ତମ ଗୁରୁ ମୁଖ୍ୟ ଅତିଥି ତଥା ଜିଲ୍ଲା ଯୁବ ବିଜେଡ଼ି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଉଦଘାଟନ କରିଥିଲେ I ସେବା ପକ୍ଷରୁ ସମସ୍ତ ଛାତ୍ରଙ୍କୁ ପେନ୍, ଖାତା, ପେନସିଲ ଇତ୍ୟାଦି ବଣ୍ଟନ କରାଯାଇଥିଲା I ବିଶିଷ୍ଟ ସମ୍ବଲପୁରୀ ଗାୟକ ଦିଲ୍ଲିପ ବାଗ୍ ଓ ରଞ୍ଜିତ ମୁଖିଙ୍କ ଦ୍ବାରା ସଙ୍ଗୀତ ପରିବେଷଣ କରାଯାଇଥିଲା I ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ଡ଼. ଅମର ତାଣ୍ଡିଆଙ୍କ ଦ୍ବାରା ସଂଯୋଜନା କରାଯାଇଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସଂଗଠନ ଉପଦେଷ୍ଟା ଗୌରୀ ଶଙ୍କର ମିଶ୍ର, କାର୍ତ୍ତିକ କଲେତ୍, ପ୍ରମୋଦ ସେଠ, ଜିଲ୍ଲା ଯୁବ ଆଇ.ଟି. ସଂଯୋଜକ ଚିତ୍ତରଞ୍ଜନ ରାଉଳ, ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ମଞ୍ଜୁ ଓରାମ, ଛତିଶ୍ ଛୁରିଆ, ବାବଲୁ ବାଗ୍, ଉତ୍ତମ ବାଗ୍, ସୁପ୍ରିତ ନାୟକ, ସନ୍ତୋଷ ନାୟକ, ଇନ୍ଦ୍ରଜିତ ବାରିକ୍, ପଦ୍ମନାଭ ବାରିକ, ବିଶ୍ବଜିତ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ I