-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
15-Nov-2022
ଲୋଇସିଂହା (ସତ୍ୟବାନ ପଣ୍ଡା) - ଲୋଇସିଂହା ବ୍ଳକ ତଲିଉଡା ରାସ୍ତାର ବଛରବନ୍ଧ ଛକ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣକର ମୃତ୍ୟୁ ହୋଇଛି । ଅନ୍ୟ ତିନିଜଣ ଗୁରୁତର ହୋଇଛନ୍ତି । ଗୁରୁତର ତିନିଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି । ମୃତ ବାଇକ ଆରୋହି ଜଣକ ଚନ୍ଦନଭାଟି ଗାଁର ପଂଚା ମେହେର ବୋଲି ଜଣାପଡିଛି । ପଂଚା ମେହେର ଏକାକି ବାଇକରେ ତଲିଉଡା ପଟୁ ନିଜ ଗାଁ ଚନ୍ଦନଭାଟିକୁ ଫେରୁଥିଲେ । ଅନ୍ୟପଟେ କୁଶଙ୍ଗ ଗାଁର ତିନି ଜଣ ଯୁବକ ବଲାଙ୍ଗିରରୁ ନିଜ ଗାଁକୁ ଯାଉଥିଲେ । ହଠାତ ବଛରବନ୍ଧ ଛକ ଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ପଂଚା ମେହେରଙ୍କ ଜୀବନ ଚାଲିଯାଇଥିଲା । କୁଶଙ୍ଗ ଗାଁର ତିନି ଗୁରୁତରଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଛି । ସଦର ପୋଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।