-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
14-Nov-2022
ଲୋଇସିଂହା/ଆଗଲପୁର, (ବିନୋଦ କୁମାର ଦୀପ) ଆଜି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ (ଖ) ଠାରେ ପଲ୍ଲୀ ଆଲୋକ ପାଠାଗାର ଆନୁକୂଲ୍ୟରେ ଏକ ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏହି ଫୂଟବଲ ଖେଳ ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା l ଆଜି ତାର ଅନ୍ତିମ ତଥା ଫାଇନାଲ ମ୍ୟାଚ ଖେଳ ପ୍ରଦର୍ଶନ ହୋଇଥିଲା, ଆଜି ପ୍ରଥମେ ଦୁଇଟି ସେମି ଫାଇନାଲ ମ୍ୟାଚ
ଅନୁଷ୍ଠିତ ହୋଇଥିଲା ଓ ପରେ ଫାଇନାଲ ମ୍ୟାଚ ଖେଳ ପ୍ରଦର୍ଶନ ହୋଇଥିଲା l ସେମି ଫାଇନାଲ ମ୍ୟାଚ ରେ ତେନ୍ତୁଳିଖୁଣ୍ଟି ବନାମ କାଲସାଏ ପାଲି ଓ ପରେ ନକ୍ତାଶର ବନାମ ବାଦିପୁରିଆ ଦଳ ମଧ୍ୟରେ ଖେଳ ପ୍ରଦର୍ଶନ ହୋଇଥିଲା l ଉକ୍ତ ମ୍ୟାଚରେ ସୁନ୍ଦର ଭାବରେ ଖେଳ ପ୍ରଦର୍ଶନ କରି କାଲସାଏପାଲି ଓ ନକ୍ତାସର ଦଳ ଫାଇନାଲକୁ ଉନ୍ନୀତ ହୋଇଥିଲେ l ଏହି ସେମି ଫାଇନାଲ ମ୍ୟାଚକୁ ମୁଖ୍ୟଅତିଥି ଭାବରେ ଶ୍ରୀ ଲଲିତମୋହନ ସାହୁ, ବୃନ୍ଦାବନ ସେଟ୍, ଆନନ୍ଦଚନ୍ଦ୍ର ବିଶି, ନରସିଂହ ସାହୁ ଓ ଦେବଦତ୍ତ ଦଣ୍ଡସେନା ପ୍ରଭୃତି ଯୋଗ ଦେଇଥିଲେ ଓ ପରେ ଫାଇନାଲ ମ୍ୟାଚ ସମୟରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତି
ବୀଣାପାଣି ଦାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଶ୍ରୀମତୀ ବୀଣାପାଣି ଦାସ ବିଜୟୀ ଦଳକୁ ୭ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିବା ବେଳେ ରନର୍ସ ଅପ ଦଳକୁ ୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ l କାଲସାଇପାଲି ଦଳ ଫାଇନାଲ ମ୍ୟାଚରେ ବିଜୟୀ ହୋଇଥିଲେ l ମ୍ୟାଚ ଚାଲିଥିବା ସମୟରେ ଶ୍ରୀ ପରମେଶ୍ବର ପଧାନ କମେନଟ୍ରି କରିଥିବା ବେଳେ ଶ୍ରୀ ସଦାନନ୍ଦ ପଶାୟତ ମଞ୍ଚ ପରିଚାଳନା କରିଥିଲେ l ଏହି ମ୍ୟାଚର ସମସ୍ତ କାର୍ଯ୍ୟକ୍ରମକୁ ପଲ୍ଲୀ ଆଲୋକ ପାଠାଗାର ର ସମ୍ପାଦକ ଶ୍ରୀ ପ୍ରଶାନ୍ତ ନାଏକଙ୍କ ତତ୍ବାବଧାନରେ ଆୟୋଜିତ ହୋଇଥିଲା l ଖେଳ ଦେଖିବାକୁ ଶହଶହ ଲୋକ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା l