-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
14-Nov-2022
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପରିସର ରାଜୀବଗାନ୍ଧି ସେବା ଭବନ ଠାରେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭବାନୀପାଟଣା ଉପଜିଲ୍ଲାପାଳ ଡକ୍ଟର ବିଶ୍ୱଜିତ ଦାଶ ,ପିଡ଼ି ଡିଆରଡିଏ ପାୱାରସଚିନ ପ୍ରକାଶ,ଏଡିଏମ ସୁଶାନ୍ତ କୁମାର ପଟେଲ, ଡିପିଓ ପ୍ରହଲ୍ଲାଦ ପ୍ରଧାନଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗ ର ଅଧିକାରୀ ଓ କର୍ଲାମୁଣ୍ଡା ବିଡ଼ିଓ ସୁଚରିତା ମୁଗ୍ରୀ, ତହସିଲଦାର ମିଳନ କୁମାର ଝାଙ୍କର,ବ୍ଲକ ଅଧ୍ୟକ୍ଷା କୁନି ସାହୁ,ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ ,ଜିପିଇଓ ଯୁଗର କିଶୋର ନାଏକ,ଓ ଅନ୍ୟାନ୍ୟ ବିଭାଗ ର ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।ଏହି ଜନ ଶୁଣାଣି ଶିବିରରେ ମୋଟ୍ ୧୧୩ ଜଣ ଆବେଦନକାରୀ ନିଜ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ତେବେ ଏଥିରେ ଆବାସ ଯୋଜନା, ସାମାଜିକ ସୁରକ୍ଷା ଯୋଜନା, ରାସନ କାର୍ଡ ସମ୍ପକିତ ଅଭିଯୋଗ ଅଧିକ ରହିଥିବା ବେଳେ ରେଗଡା ପଞ୍ଚାୟତ ବିଜାପାଟି ଠାରେ ବୋରପଦର ଓ ରେଗଡା ପଞ୍ଚାୟତ କୁ ନେଇ ପ୍ରାଥମିକ କୃଷି ସମବାୟ ସମିତି ଗଠନ, କୁସୁରଲା ମନ୍ଦିର ଛକ ଠାରୁ ସିଲେଟପଡା ଦେଇ ରେଗଡା ଆରଡି ରାସ୍ତା ର୍ନିର୍ମାଣ,ରିଷିଡା ହସ୍ପିଟାଲ ରେ ନିୟମିତ ଭାବେ ଡାକ୍ତର ରହୁ ନ ଥିବା ଓ, ଏହି ଡାକ୍ତର ଖାନା ରୁ ଡେପୁଟେସନ ରେ ଯାଇଥିବା କର୍ମଚାରୀ ଙ୍କୁ ଫେରାଇ ଆଣିବା, ରିଷିଡା ସଲଣ୍ଡିଆମୁଣ୍ଡା ଠାରୁ କର୍ଲାମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତା ମରାମତି କାର୍ଯ୍ୟ ନିମ୍ନ ମାନର ହୋଇଥିବା ବିଷୟ କୁ ଜିଲ୍ଲା ପାଳ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପରେ ପରେ ଜିଲ୍ଲାପାଳ ପୌରକେଲା ହାଇସ୍କୁଲ ୫ଟି କାମ କୁ ପରିଦର୍ଶନ କରିଥିଲେ।