-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
14-Nov-2022
ସମ୍ବଲପୁର,( ସଂଜୀବ ପାଣିଗ୍ରାହୀ)
ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନ୍କୁ ସନ୍ଥକବି ଭୀମ ଭୋଇଙ୍କ ନାମରେ ନାମିତ କରିବାକୁ ଦାବି କରାଯାଇଛି। ସନ୍ଥକବିଙ୍କୁ ସମ୍ମାନ ସ୍ବରୂପ ଏହି ଟ୍ରେନ୍ର ନାମକରଣ ତାଙ୍କ ନାମରେ କରିବାକୁ ଦର୍ଶାଯାଇଛି I ଏଥି ସହିତ ସମ୍ବଲପୁର-ପୁରୀ ଓ ବଲାଂଗୀର-ଭୁବନେଶ୍ବର ଇଣ୍ଟରସିଟି ଟ୍ରେନ୍ରେ ସମ୍ବଲପୁର ସିଟି ଷ୍ଟେସନରେ ରହଣି ବ୍ୟବସ୍ଥା, ରେଢ଼ାଖୋଲ ଷ୍ଟେସନର ଉନ୍ନତି, କରୋନା ସମୟରେ ରେଢ଼ାଖୋଲ ଷ୍ଟେସନରେ ବନ୍ଦ ହୋଇଥିବା ଟ୍ରେନ୍ ଗୁଡ଼ିକର ପୁଣି ରହଣି ବ୍ୟବସ୍ଥା ଏବଂ ସମ୍ବଲପୁରରୁ ପୁନେକୁ ଏକ ସିଧାସଲଖ ଟ୍ରେନ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି I ସେହିପରି ସମ୍ବଲପୁରରୁ ଗୌହାଟିକୁ ଏକ ଟ୍ରେନ୍ ବ୍ୟବସ୍ଥା କରାଗଲେ ଲୋକେ ସୁବିଧାରେ କାମାକ୍ଷା ମନ୍ଦିର ଦର୍ଶନ ପାଇଁ ଯାଇପାରନ୍ତେ ବୋଲି ବି ଦାବିପତ୍ରରେ ଦର୍ଶାଯାଇଛି। ବରିଷ୍ଠ ବିଜେପି ନେତା ତଥା ଜେଡ୍ଆର୍ୟୁସିସି ସଦସ୍ୟ ଗୋବିନ୍ଦ ଅଗ୍ରୱାଲ, ସୁବାସ ମହାପାତ୍ର, ଅରୁଣ ମୁଖାର୍ଜୀ, ସୁନିଲ ନନ୍ଦ, ମୁକେଶ ପଟ୍ଟନାୟକ ପ୍ରମୁଖ ଡିଆର୍ଏମ୍ଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ଈ