-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
14-Nov-2022
ସମ୍ବଲପୁର,( ସଂଜୀବ ପାଣିଗ୍ରାହୀ)
ସମ୍ବଲପୁର ଆଞ୍ଚଳିକ ସୁଦ ସମାଜର ବାର୍ଷିକ ବନ୍ଧୁ ମିଳନ ୨୦୨୨ ବାଲିବନ୍ଧା ଶିବ ମନ୍ଦିର ପ୍ରାଙ୍ଗଣରେ ରବିବାର ଅନୁଷ୍ଠିତ ହୋଇଛି। ଶ୍ରୀ ଗୋକୁଳାନନ୍ଦ ଅମାତଙ୍କ ସଭାପତିତ୍ୱରେ ଏହି ସଭା ଅନୁଷ୍ଠିତ ହୋଇଥିଲା I ସଭାରେ ଗୋକୁଳାନନ୍ଦ ଅମାତ(ସଭାପତି), ଧନପତି ନାୟକ ( ଉପସଭାପତି), ସଞ୍ଜିତ କୁମାର ନାୟକ( ସମ୍ପାଦକ), ସରୋଜ କୁମାର ନାୟକ ( ସହସମ୍ପାଦକ ଓ କୋଷାଧ୍ୟକ୍ଷ)ଙ୍କୁ ପୁଣି ଥରେ ଚୟନ କରାଯାଇଛି I ଏହା ସହିତ ନୂତନ କାର୍ଯ୍ୟକାରୀ କମିଟି, ଉପଦେଷ୍ଟା କମିଟି ଏବଂ ଆଞ୍ଚଳିକ ପ୍ରଭାରୀ ସଦସ୍ୟ ଚୟନ କରାଯାଇଥିଲା I ଏହି ସଭାରେ ବହୁ ଜାତି ଭାଇ ଭଉଣୀଙ୍କ ସହିତ କାର୍ଯ୍ୟକାରୀ ସଦଶ୍ୟ ସରତ ବେହେରା, ଅର୍ଜୁନ ନାଏକ, କାର୍ତିକ ନାଏକ, ଡମ୍ବରୁ ଭୁକ୍ତା, ହିମାଂଶୁ ଭୁକ୍ତା, କିଶୋର ଚନ୍ଦ୍ର ଦେହୁରୀ, ସମ୍ଭୁ ଭୂଷଣ ନାୟକଙ୍କ ସମେତ ୧୫୦ ରୁ ଉର୍ଦ୍ଧ ଜଣ ଉପସ୍ଥିତ ଥିଲେ I