-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

ଧୁମଧାମରେ ପାଳିତ ହେଲା ସୋନପୁର ମଝିପଡ଼ା ର ମା କାଳୀ ଙ୍କ ଭସାଣି ଉତ୍ସବ -- ମା ଙ୍କ ଶେଷ ସନ୍ଧ୍ୟା ଆଳତୀ ବେଳେ ଭାବ ବିହ୍ଵଳ ହେଲେ ଶହ ଶହ ମହିଳା

11-Nov-2022



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) : ସୁବର୍ଣ୍ଣପୁର ମଝିପଡ଼ା  କାଳୀପୂଜା ମହୋତ୍ସବ, ୨୦୨୨ର ମା ଙ୍କ ଭସାଣି ଉତ୍ସବ ଖୁବ ଧୁମ ଧାମ ରେ ଗତ କାଲି ପାଳନ ହୋଇଛି l ଏହାର ଉଦଯାପନୀ ଉତ୍ସବ ରେ  ରାଜ୍ୟ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ( ଓଡିଶା ସରକାର ) ନିରଞ୍ଜନ ପୁଜାରୀ ଯୋଗ ଦେଇ 
 ମହୋତ୍ସବର  ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ଏବଂ ହିନ୍ଦୁ ମୁସଲିମ ଖ୍ରୀଷ୍ଟିୟାନ ବିଭିନ୍ନ ସମ୍ପ୍ରଦାୟ

ର ସମନ୍ୱୟ ରେ ଆୟୋଜନ କରାଯାଉଥିବା ଏହି  ମହୋତ୍ସବ ଖୁବ ନିଆରା ବୋଲି  ଆୟୋଜକ ଙ୍କୁ ପ୍ରଶଂସା କରି  ପୂଜା ର  ଏ ଭାଇଚାରା ପରମ୍ପରା କୁ ଆଗକୁ  ଜାରି ରଖିବାକୁ  ପ୍ରେରଣା ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ସଦର ପୈ।ରପରିଷଦ ଅଧ୍ୟକ୍ଷା ତାମସି ତମସ୍ମିତା ନାଏକ, ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାଏକ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଯୁବ ବିଜେଡି ନେତା ଅଶୋକ ନନ୍ଦ, ଜ଼ିଲ୍ଲା ପରିଷଦ ଉପାଧ୍ୟାକ୍ଷ ଝସ କେତନ ବଘାର, ଜ଼ିଲ୍ଲା ପରିଷଦ ସଭ୍ୟ ମଧୁ ସୁଦନ ଓତା, ପ୍ରାକ୍ତନ ପୌର ଅଧ୍ୟକ୍ଷ କଈରୁ ସ୍ୱାଇଁ, ଜ଼ିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏସନ ର ସମ୍ପାଦକ ସତ୍ୟ ନାରାୟଣ ଦରୱାନ ଯୋଗ ଦେଇ କଳାକାର, ଆୟୋଜକ ଓ ଦର୍ଶକ ଙ୍କୁ ଉତ୍ସାହିତ କରିଥିଲେ l ସାଧାରଣ ଲୋକ ଙ୍କ ଅଧିକାର ଓ ସାମଗ୍ରିକ ବିକାଶ ଦିଗରେ ତୀକ୍ଷ୍ଣ ସ୍ବର ଓ କାର୍ଯ୍ୟ ଦକ୍ଷତା ପାଇଁ ମନ୍ତ୍ରୀ ଶ୍ରୀ ପୁଜାରୀ ଙ୍କୁ ପୂଜା କମିଟି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ବେଳେ ବିଗୁଲ ଟିଭି ର ସଂସ୍ଥାପକ  ସନ୍ତୋଷ ମିଶ୍ର, ଓ ଏ ଏସ ପାୟଲ ବାଗ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସେବା ପାଇଁ ଏଲ ପ୍ରେମନିଧି, ଯୋଗ ଗୁରୁ ତଥା ରକ୍ତ ଦାତା ଉଦ୍ୟୋକ୍ତl ମନୋଜ ପଣ୍ଡା, ସଫଳ ଅଭିନେତା କବି ନାଟ୍ୟକାର ପ୍ରଦ୍ୟୁମ୍ନ ସାହୁ, ସଂଗୀତ ନିର୍ଦେଶକ  ବିକାଶ ମିଶ୍ର, ପକ୍ଷୀ ଚିତ୍ରତ୍ତୋଳକ  ପିନାକୀ ପଣ୍ଡା, ପରିଚିତ କଣ୍ଠଶିଳ୍ପୀ  ରୁକୁ ସୁନା ଙ୍କୁ ଏବଂ  ଦୁସ୍ଥ ଲୋକ ଙ୍କ ସେବା, ରକ୍ତ ଦାନ, ଦୁର୍ଘଟଣା ଗ୍ରସ୍ତ ଲୋକ ଙ୍କ ସେବା ସର୍ବୋପରି  ବିଭିନ୍ନ କ୍ଷେତ୍ର ରେ ସମାଜ ସେବା  ପାଇଁ ବୁଢାରଜା ଯୁବ ସଂଗଠନ କୁ  ମନ୍ତ୍ରୀ ଶ୍ରୀ ପୁଜାରୀ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ସେହିପରି ଗତ ମାସ 23 ତାରିଖ ରୁ ମା କାଳୀ ଙ୍କ ପୂଜନୋତ୍ସବ ଆରମ୍ଭ କରାଯାଇ  ପ୍ରତି ଦିନ ସନ୍ଧ୍ୟା ଆଳତୀ ପରେ ଖିରି ପିଠା ସହିତ ବିଭିନ୍ନ ପ୍ରକାର  ମିଷ୍ଟାନ୍ନ ଭୋଗ ଭକ୍ତ ଶ୍ରଦ୍ଧାଳୁ ଙ୍କୁ  ପ୍ରଦାନ କରାଯାଉଥିଲା ଏବଂ ସର୍ବ ଧର୍ମ ସମନ୍ୱୟ ରଖି  ଏ ପୂଜା କରିବl, ଯାହାକି ଏ ପୂଜା ର ମୁଖ୍ୟ ଆକର୍ଷଣ l 30 ତାରିଖ  ରେ  ସାହି ତଥା ସହର ର ସମସ୍ତ ସାହି ଓ ଅନୁଷ୍ଠାନ ର ଲୋକ ଙ୍କୁ ନେଇ ଏକ ସାମୁହିକ ଅନ୍ନ ଭୋଜନ ର ଆୟୋଜନ କରାଯାଇଥିଲା ଯାହାକି ସମସ୍ତ ଙ୍କୁ ସାମିଲ କରି ଏ ଯାତ୍ରା କୁ ବ୍ୟାପକ ତଥା ଜ଼ିଲ୍ଲା, ରାଜ୍ୟ ସ୍ତରୀୟ ମହୋତ୍ସବ ପାଳନ କରିବା ଏହାର ଲକ୍ଷ୍ୟ l  31 ତାରିଖ ରେ ଏକ ରକ୍ତ ଦାନ ଶିବିର ର ଆୟୋଜନ କରାଯାଇଥିଲା l ଏବଂ 1 ତାରିଖ ରୁ  6 ତାରିଖ ଯାଏ  ଦଣ୍ଡ ନୃତ୍ୟ, ସୁନ୍ଦରାକାଣ୍ଡ, ପ୍ରବଚନ,ଭଜନ,  ହିନ୍ଦୀ, ସମ୍ବଲପୁରୀ ମେଲୋଡି ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା l ଯାହାକି ପ୍ରତ୍ୟହ ବିଳମ୍ବିତ ରାତି ଯାଏ ଦର୍ଶକ ମନ ଭରି ଉପଭୋଗ କରୁଥିଲେ l 
ମନବୋଧ ଭୋଇ, ଗୁରୁ ଦଳାଇ, ସିକୁନ ନାଏକ, ଅଜିତ ବରିହା, ସୁମନ ମିଶ୍ର, ପୂଜା କମିଟି କମିଟି ର  ବରିଷ୍ଠ ସଦସ୍ୟ  ଓ ସଭାପତି ସୁରଜ ସାହୁ, ଉପ ସଭାପତି ବୁବୁନ ନାଏକ, ସମ୍ପାଦକ ପୂରନ ନାଏକ, କୋଷାଧ୍ୟକ୍ଷ ରାଜୀବ ସାହୁ,  ଙ୍କ ସମେତ ପୂଜା ସାଂସ୍କୃତିକ କମିଟି ସଦସ୍ୟ ମାନସ ସେଠ, ହରି ସାହୁ, ସତ୍ୟ  ନାରାୟଣ ଦରୱାନ,  ଜଗବନ୍ଧୁ  ତ୍ରିପାଠୀ, ଲଡ଼ୁ କିଶୋର ମଲ୍ଲିକ, ଶେଷଦେବ ମେହେର, ଦୀପକ ତ୍ରିପାଠୀ, ସନ୍ତୋଷ ପାଢ଼ୀ, ଦିଲ୍ଲୀପ ସାହୁ ପ୍ରମୁଖ ସମସ୍ତ ବରିଷ୍ଠ ଓ କନିଷ୍ଟ ସଦସ୍ୟ ପ୍ରତ୍ୟେକ କାର୍ଯ୍ୟକ୍ରମ ରେ ସହଯୋଗ କରି ଶୃଙ୍ଖଳା ରକ୍ଷା କରିଥିଲେ  l ରାମଧୁନ କ୍ଲବ ସଭାପତି ପିୟୁଷ ପଣ୍ଡା ଓ ସମ୍ପାଦକ ବିକାଶ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏ ଉତ୍ସବ ର ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପ୍ରତ୍ୟୋକ ଦିନ ସନ୍ଧ୍ୟା ସାଂସ୍କୃତିକ ସଭା କୁ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିବା ବେଳେ  ଜ଼ିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଜ଼ିଲ୍ଲା ସଂସ୍କୃତି ବିଭାଗ, ସମସ୍ତ ମିଡ଼ିଆ, ଟେଣ୍ଡ,

ସାଉଣ୍ଡ ଓ ସହର ର ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଉତ୍ସବ ରେ ସହଯୋଗ କରିଥିବାରୁ ସମସ୍ତ ଙ୍କୁ ପୂଜା କମିଟି ପକ୍ଷରୁ ଗଭୀର କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରାଯାଇଛି l ଗତ ବୁଧବାର ଦିନ ମଁl ଙ୍କ ଭସାଣି ଉତ୍ସବ  ଶୋଭାଯାତ୍ରା ମେଲୋଡି, ଦୁଲ ଦୁଲି ବାଜା, ଖୁବ ରଙ୍ଗlରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ  ସହିତ ପାଳନ କରାଯାଇଛି l  ମା ଙ୍କ ଶୋଭାଯାତ୍ରା ସହର ପରିକ୍ରମା ବେଳେ ସହର ବାସୀ ମା ଙ୍କୁ ଦର୍ଶନ ଲାଭ କରିଥିବା ବେଳେ ପୂଜା କମିଟି ର ସଦସ୍ୟ ଓ ସହର ର ସମସ୍ତ ଶୁଭେଛୁ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ନାଚ ଗୀତ ସହିତ ଖୁବ ମଜା ନେଇଥିଲେ l ଏବଂ ମା କାଳୀ ଙ୍କୁ  ମହାନଦୀ ଦଶମତୀ ଘାଟରେ ବିସର୍ଜନ କରାଯାଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like