-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
11-Nov-2022
ସୁବର୍ଣ୍ଣପୁର - ଆଜି ସୁବର୍ଣ୍ଣପୁର ଏସପି ଅମରେଶ କୁମାର ପଣ୍ଡା ସଦର ଥାନା କୁ ଅଚାନକ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟ ର ସମୀକ୍ଷା କରିଥିଲେ l ଏବଂ ଦୀର୍ଘ ଦିନ ରୁ ବାକି ପଡ଼ିଥିବା ବିଭିନ୍ନ ଅପରାଧିକ ମାମଲା ସବୁ କୁ କିଭଳି ଭାବେ ଖୁବ ଶୀଘ୍ର ସମାଧାନ କରାଯାଇ ପାରିବ ସେ ଦିଗରେ ଥାନା ଅଧିକାରୀ ଓ ବିଭିନ୍ନ ଅଧିକାରୀ ଙ୍କୁ ସୁ ଚିନ୍ତିତ ପରାମର୍ଶ କରିଥିଲେ l ପରେ ପରେ ଆମ ପୋଲିସ ବ୍ୟବସ୍ଥା ଯୋଜନା ଉପରେ ଅଧିକ ଧ୍ୟାନ ଦେବା ସହିତ ଏଇ ମାଧ୍ୟମ ରେ ସହର ରେ କିଭଳି ଭାବେ ଟ୍ରାଫିକ ଓ ବିଭିନ୍ନ ଛୋଟ ବଡ଼ ଅପରାଧ ସବୁ କୁ ନିୟନ୍ତ୍ରଣ କରାଯାଇପାରିବ ସେ ଦିଗରେ ବହୁ ମୂଲ୍ୟବାନ ପରାମର୍ଶ କରି ସମସ୍ତ ବିଭାଗ କାର୍ଯ୍ୟ ର ଯାଞ୍ଚ କରିଥିଲେ l ପ୍ରଥମେ ଏସପି ଶ୍ରୀ ପଣ୍ଡା ଙ୍କୁ ପୋଲିସ ବିଭାଗ ପକ୍ଷରୁ ଗାର୍ଡ ଅଫ ଅର୍ନର ଦିଆଯାଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ ସହ ଥାନା ପରିସର କୁ ପାଛୋଟି ନିଆ ଯାଇଥିବା ବେଳେ ଏସପି ଶ୍ରୀ ପଣ୍ଡା ନିର୍ମାଣ ଧୀନ ନୂତନ ପବ୍ଲିକ ବିଶ୍ରାମ ଗାର ଓ ବାଉଣ୍ଡ୍ରି ସମେତ ଥାନା ର ଚତୁର୍ପାଶ୍ୱ କୁ ବୁଲି ଦେଖିଥିଲେ l ଏସପି ଙ୍କ ପରିଦର୍ଶନ ରେ ଆଜି ସଦର ଥାନା ର ସମସ୍ତ ଅଧିକାରୀ କର୍ମଚାରୀ ଖୁବ ଉତ୍ସାହିତ ଥିବା ଦେଖିବାକୁ ମିଳିଛି l