-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
11-Nov-2022
ସମ୍ବଲପୁର,( ସଂଜୀବ ପାଣିଗ୍ରାହୀ)
ବାଳିକା ଉଚ୍ଚ ବିଦ୍ୟାଳୟ ବୁଢ଼ାରଜାର ନାମ ପରିବର୍ତ୍ତନକୁ ନେଇ ଗୁରୁବାର ଅପରାହ୍ନ ୪ଟା ସମୟରେ ବିଦ୍ୟାଳୟ ପରିସରରେ ଏକ ସାଧାରଣସଭା ଅନୁଷ୍ଠିତ ହୋଇଥିଲା I ବିପୁଳ ସଂଖ୍ୟାରେ ଜନସାଧାରଣ, ଶିକ୍ଷାବିତ, ଅଭିଭାବକ ତଥା ଅଞ୍ଚଳବାସୀ ଏହି ସଭାରେ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ଦେଇଥିଲେ I ଏହି ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ଡ଼. ଗୌର ମୋହନ ବିଶ୍ୱାଳଙ୍କ ଅତୁଳନୀୟ ଅବଦାନକୁ ସମସ୍ତେ ଭୁୟସୀ ପ୍ରଶଂସା କରିଥିଲେ I ପରିଚାଳନା କମିଟିର ସଭାପତି ଡ. ପରେଶ ଚନ୍ଦ୍ର ଦାନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସର୍ବସଂମ୍ବତି କ୍ରମେ ବିଦ୍ୟାଳୟର ନାମ ବାଳିକା ଉଚ୍ଚ ବିଦ୍ୟାଳୟ ବୁଢ଼ାରଜା ପରିବର୍ତ୍ତେ ଡା. ଗୌର ମୋହନ ବିଶ୍ୱାଳ ବାଳିକା ଉଚ୍ଚ ବିଦ୍ୟାଳୟ ବୁଢ଼ାରଜା ନାମରେ ନାମିତ କରିବାକୁ ମତ ପ୍ରକାଶ ପାଇଥିଲା I ଏହିଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ସତ୍ୟ କୁମାରୀ ବିଶ୍ୱାଳ, ହରି ନାରାୟଣ ପଣ୍ଡା, ସୁରମା ଗଡ଼ନାୟକ, ଡ଼. ସମ୍ଭୁ ପ୍ରସାଦ ମିଶ୍ର, ନରେନ୍ଦ୍ର କୁମାର ପ୍ରଧାନ, ଡ଼. ଅନିଲ ଚନ୍ଦ୍ର ଦାସ, ସରୋଜ ସାହୁ, କୁଞ୍ଜ ବିହାରୀ ମୁଣ୍ଡା, ଅଲେଖ ଭୋଇ ପ୍ରମୁଖ ସେମାନଙ୍କ ମତାମତ ଦେଇଥିଲେ I ସଭାପ୍ରାରମ୍ଭରେ ସ୍ୱର୍ଗତ ଡ଼. ବିଶ୍ୱାଳ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଦୀପ ପ୍ରଜ୍ବଳନ କରାଯାଇଥିଲା I ଶେଷରେ ବିଦ୍ୟାଳୟର ପିଇଟି ଶିକ୍ଷକ ଭୀମସେନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ I ସଭା ଆୟୋଜନ ସକାଶେ ଘନଶ୍ୟାମ ବଢ଼େଇ, ଗୀତାଞ୍ଜଳି ପ୍ରଧାନ, ବିଦ୍ୟାଧର ନାୟକ, ଭୁବନ ଭୂମିଜ ପ୍ରମୁଖ ସହଯୋଗ କରିଥିଲେ ।