-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
11-Nov-2022
ସମ୍ବଲପୁର,( ସଂଜୀବ ପାଣିଗ୍ରାହୀ)
ସମ୍ବଲପୁର ଜ଼ିଲ୍ଲା ନାକଟିଦେଉଳ ବ୍ଲକ୍ ବଲାସିଂଘା ଗ୍ରାମର ଯୁବ ବୈଜ୍ଞାନିକ ଡଃ ଶେଷଦେବ କିସାନ୍ ଗୁରୁବାର ରେଢାଖୋଲ ସବ୍ରେଜେଷ୍ଟ୍ରି କାର୍ଯ୍ୟାଳୟରେ ବିବାହ କରିଛନ୍ତି I ରେଢାଖୋଲ ସବ୍ରେଜେଷ୍ଟ୍ରି କାର୍ଯ୍ୟାଳୟରେ ପରିସରରେ ବାଲେଶ୍ୱରର ଜୟଶ୍ରୀ ଜେନାକୁ ରେଜେଷ୍ଟ୍ରି ବିବାହ କରିଛନ୍ତି I ଏହି ବିବାହ ସମୟରେ ଶେଷ କିସାନଙ୍କ ଶାଶୁ ଏବଂ ଅଜା ଶ୍ୱଶୁର ଉପସ୍ଥିତ ଥିଲେ I ଡଃ ଶେଷ କିସାନଙ୍କ ଓକିଲ ପରୀକ୍ଷିତ ଦାସଙ୍କ ସହ ସବ୍ ରେଜିଷ୍ଟାର ଦେବାଶିଷ ପାତ୍ର ଏବଂ ସାକ୍ଷ୍ୟ ଭାବରେ ସୁନନ୍ଦ ପ୍ରଧାନ, ରମଣୀ ରଞନ ମେଣ୍ଡୁଲୀ ଏବଂ ପ୍ରଫୁଲ୍ଲ କର୍ଣ ଉପସ୍ଥିତ ଥିଲେ I ଆଇନ୍ ସହାୟତାରେ ସେ ଏଇ ରେଜେଷ୍ଟ୍ରି ବିବାହ କରିଥିବା ଜଣାପଡିଛି। ରେଜେଷ୍ଟ୍ରି ଅଫିସ୍ ପରିସରରେ କେକ୍ କାଟି ଉଭୟେ ଉଭୟଙ୍କୁ ଫୁଲମାଳ ଦେଇ ବିବାହ କରିଛନ୍ତି I ଭିସା ପାଇଁ ଅସୁବିଧା ହେଉଥିବାରୁ ସେ ପ୍ରଥମେ ରେଜେଷ୍ଟ୍ରି ବିବାହ କରିଥିବା ଜଣାପଡିଛି I ସୂଚନା ଥାଉକି, ବଲାସିଂହା ଭଳି ଏକ ଅନୁନ୍ନତ ଅଂଚଳରୁ ଆସିଥିବା ଶେଷ କିସାନ୍ ଛୋଟ ସମୟରୁ ମା, ବାପାଙ୍କୁ ହରାଇଥିଲେ। ଏପରିକି ମୂଲମଜୁରୀ ଲାଗି ପେଟ ପୋଷିବା ସହ ବିଦ୍ୟାଳୟରେ ପାଠ ପଢିଥିଲେ। ବହୁ ସଂଘର୍ଷ କରି ସେ ଆଜି ଜର୍ମାନରେ ଜଣେ ବୈଜ୍ଞାନିକ ଭାବରେ କାମ କରି ସାରା ଭାରତରେ ଏକ ଉଦାହରଣ ପାଲଟିଛନ୍ତି I ନିଜର ଅସାଧାରଣ ପ୍ରତିଭା, ମନୋବଳ ଓ ଇଚ୍ଛାଶକ୍ତି ବଳରେ ଜର୍ମାନର ଗଟିଜେନସି ବିଶ୍ୱବିଦ୍ୟାଳୟରେ ରିସର୍ଚ୍ଚ ଆସୋସିଏଟ୍ ଭାବରେ କାମ କରୁଥିଲେ। ଆସନ୍ତା ନଭେମ୍ବର ୨୨ ତାରିଖରେ ସେ ପୁନର୍ବାର ବୈଦିକ ରୀତିନିତି ଅନୁଯାୟୀ ବିବାହ ବନ୍ଧନରେ ବାନ୍ଧିହେବେ ବୋଲି ଜଣା ପଡିଛି I