-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
11-Nov-2022
ଜମନକିରା,( ସଂଜୀବ ପାଣିଗ୍ରାହୀ)
ସମ୍ବଲପୁର ଜ଼ିଲ୍ଲା ଜମନକିରା ପଞ୍ଚାୟତ ମହକୁମା ସାନଲଙ୍ଗାବାହାଲ ଗ୍ରାମର ସରୋଜ କାଲୋଙ୍କ ସ୍ତ୍ରୀ କୁମୁଦିନୀ କାଲୋ (୨୭)ଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି I ତେବେ ବାପଘର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି I ସୂଚନା ଅନୁସାରେ, ବୁଧବାର ରାତି ୮ଟାରେ କୁମୁଦିନୀ ମୃତଦେହ ଘରେ ଝୁଲୁଥିବା ସମ୍ପର୍କରେ ସ୍ବାମୀ ସରୋଜ ଘରଲୋକ, ପଡ଼ାବାସୀଙ୍କୁ କହିବା ସହ ଶ୍ବଶୁର ଘରକୁ ଫୋନ୍ ଯୋଗେ ଜଣାଇଥିଲେ I କୁସୁମୀରୁ କୁମୁଦିନୀଙ୍କ ପରିବାର ଲୋକେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଦେଖି ଜମନକିରା ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି I ସରୋଜ ପୂର୍ବରୁ ଅନେକ ଥର ପାରିବାରିକ କଳହକୁ ନେଇ କୁମୁଦିନିଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା I ଏଥର ଯୋଜନା କରି ମାରି ଦେଇଥିବା ମୃତକଙ୍କ ବଡ଼ଭଉଣୀ ଓ ଭିଣୋଇ ଅଭିଯୋଗ କରିଛନ୍ତି I ଜମନକିରା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଶବକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ କରୁଛି I କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ଶବ ବ୍ୟବଛେଦ ପାଇଁ ପଠାଯାଇଛି ।