-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
08-Nov-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ଅଧିନସ୍ତ ବୁର୍ଡl ପଂଚାୟତରେ ଆଜି ବୁର୍ଡl ସରପଞ୍ଚ ତଥା ଲୋଇସିଂହା ବ୍ଲକ ସରପଞ୍ଚ ସଂଘ ଉପ ସଭାପତି ସୁଦିପ ସା ଙ୍କ ୩୮ ତମ ଜନ୍ମଦିନ ଉପଲକ୍ଷେ ଏକ ମେଗା ରକ୍ତଦାନ ଶିବିର ବୁର୍ଡl ପଂଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ରକ୍ତଦାନ ଶିବିରରେ ମୁଖ୍ୟଅତିଥି ଭାବେ ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗ ଯୋଗ ଦେବାସହ ରକ୍ତଦାନ
କରିଥିଲେ l ଏହି ଶିବିରରେ ପଂଚାୟତ ଶହ ବ୍ଲକର ଅନେକ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା l ବିଶେଷ କରି ସୁଦିପ ଜଣେ ସରପଞ୍ଚ, ଜଣେ ଯୁବନେତା ଓ ସମାଜସେବୀ ଅଟନ୍ତି l ତାଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ତାଙ୍କ ସହ ଜଡିତ ହୋଇଛନ୍ତି ଅନେକ ଯୁବପିଢ଼ି l ଏହି ଶିବିରରେ ଉପସ୍ଥିତ ଥିଲେ ମେଡିକାଲ ଅଫିସର ସୁମିତ କୁମାର ମୁଣ୍ଡ, କାଉନସେଲର ସଂଗ୍ରାମ କେଶରୀ ରଣା, ଲେବ ଟେକ୍ନିସିଏନ ରଞ୍ଜନ ବରାଡ଼, ଏଟେଣ୍ଡେଣ୍ଟ ସୁଶୀଲ ସୁନା, ଏମ.ଓ,ଏମଏଚୟୁ ଯଶୋବନ୍ତ ପାଢ଼ୀ, ଫାର୍ମାସିଷ୍ଟ ଏମଏଚୟୁ ଶ୍ରୀମତୀ ସୁଯୋଜିତା ବାଘେଲ l ରକ୍ତଦାନ ପରେ ସୁଦିପଙ୍କ ଜନ୍ମଦିନର ଏକ
ସ୍ପେସିଆଲ କେକ ସାଂଗଙ୍କ ଗହଣରେ କଟାଯାଇ ଖୁସିର ମାହୋଲ ତିଆରି ହୋଇଥିଲା l ଏହି ମେଗା ରକ୍ତଦାନ ଶିବିରରେ 45 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା, ଉକ୍ତ କାର୍ଯ୍ୟକ୍ରମରେ ରକ୍ତଦାନ ଦେବାସହ ସହଯୋଗ କରିଥିଲେ ଜଗତପତି ଦାନୀ, ଚତୁର୍ଭୁଜ ସାହୁ, କାଞ୍ଚନ ବାରିକ, ନିରୋଜ ସାହୁ, ବିବେକା ସାହୁ, ଯଶୋବନ୍ତ ଗଡୁଆ, ବୁଲୁ ସାହୁ ସହ ଅନେକ ପୁରୁଷ ଓ ମହିଳା ମାନ l