-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
08-Nov-2022
ବଲାଙ୍ଗିର//ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଠାରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିଶ୍ଵନାଥ ମେହେର ସଂଯୋଜନା କରିଥିଲେ । ପ୍ରଧାନଶିକ୍ଷକ ଦୁର୍ନୀତିକୁ ସମ୍ପୂର୍ଣ ବନ୍ଦ କରିବାକୁ ଆହ୍ବାନ ଦେଇଥିଲେ । ଶିକ୍ଷୟତ୍ରୀ ଦ୍ରୌପଦୀ ଭୋଇ ଶପଥ ପାଠ କରିଥିଲେ । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗୀତ ଅନୁଷ୍ଠିତ ହୋଇଥିଲା । କୃତିତ୍ବହାସଲ କରିଥିବା ବିଜେତାଙ୍କୁ ପରସ୍କାର
ପ୍ରଦାନ କରାଯାଇଥିଲା ।କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ରେଣୁକା ସାହୁ, ଗାୟତ୍ରୀ ବାରିକ, କାନ୍ତୀ ଭୋଇ, ଯଶୋବନ୍ତୀ ସୁନା , ଶିକ୍ଷକ ଲିଙ୍ଗରାଜ ନନ୍ଦ, ସୁଦର୍ଶନ ଦାଶ, ରାମ ନାରାୟଣ ଦାଶ , ଖେଳ ଶିକ୍ଷକ ହିମାଂଶୁ ଶେଖର ବିଶ୍ୱାଳ, ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ବିଜ୍ଞାନ ଶିକ୍ଷକ ଦୀପକସେନ ଧରୁଆ ପରିଚାଳନା କରିଥିଲା ବେଳେ ଶିକ୍ଷକ ସମୀର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।