-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
08-Nov-2022
ବରଗଡ଼(ପ୍ରେରଣା ଖବର) ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଇଛି। ସଭାରେ ଅଧ୍ୟକ୍ଷ ଡ.ଲଳିତେନ୍ଦୁ ନାୟକ ସଭାପତିତ୍ଵ୍ କରିଥିଲେ ଓ ଡ.ସରୋଜ ନାଏକ ସଭାମଞ୍ଚ ପରିଚାଳନା କରିଥିଲେ। ମୂଖ୍ୟ ଅତିଥି ଭାବରେ ଜିଲ୍ଲା ଭିଜିଲାନ୍ସ ଅଧିକାରୀ ଯୋଗଦାନ କରି
ଦୁର୍ନୀତିକୁ ସମ୍ପୂର୍ଣ ବନ୍ଦ କରିବାକୁ ଆହ୍ବାନ ଦେଇଥିଲେ।
ପ୍ରାଧ୍ୟାପକ ବିଦ୍ୟାଧର ଦାଶ, ଅଧ୍ୟାପିକା ଶର୍ମିଳା ପଣ୍ତା, ବୁନି ସାହୁ, ରୀନା ଧର୍ମବିନାୟକୟ, ଅଧ୍ୟାପକ ଜୟକୁମାର ଭୁଏ, ପ୍ରଶାନ୍ତ ସିଦାର ଯୋଗଦାନ କରି ଦୁର୍ନୀତି ନିବାରଣ ସଂପର୍କରେ ମତ ଦେଇଥିଲେ। ଏ ପରିପ୍ରେକ୍ଷୀରେ ବିଭିନ୍ନ ପ୍ରତିଯୋଗୀତ ଅନୁଷ୍ଠିତ ହୋଇଥିଲା । କୃତିତ୍ବହାସଲ କରିଥିବା ବିଜେତାଙ୍କୁ ପରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ଡ.ଦୁଃଖିଶ୍ୟାମ ସାହୁ ଧନ୍ୟବାଦ ଦେଇଥିଲେ ।