-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
08-Nov-2022
ବଲାଙ୍ଗିର (ପ୍ରେରଣା ଖବର) ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲରେ ବର୍ଜ୍ୟବସ୍ତୁରୁ ସୁନ୍ଦର ଉପକରଣ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ୫୦ ରୁ ଅଧିକ ପ୍ରତିଯୋଗୀ ଏଥିରେ ଭାଗ ନେଇ ପାଣି, ବର୍ଜ୍ୟବସ୍ତୁ, କାଗଜ, କାଚ ପ୍ରଭୃତି ପଦାର୍ଥରୁ ବିଭିନ୍ନ ମୋଡେଲ, ଏଟିଏମ୍ କାଉଣ୍ଟର, ଫଟୋଫ୍ରେମ ଏବଂ ଅନ୍ୟାନ୍ୟ
ଅନେକ ସୁନ୍ଦର ବସ୍ତୁ ତିଆରି କରି ଏକ ପ୍ରଦର୍ଶନୀ କରାଯାଇଥିଲା । ଏଥିରେ ବିଚାରକ ଭାବରେ ପ୍ରଫେସର ତରୁଣ କୁମାର ମିଶ୍ର ଓ କଳାକାର ସୁଧାଂଶୁ ସିଂ ଧରୁଆ ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ଏହି
ସୁନ୍ଦର ପ୍ରତିଯୋଗିତାକୁ ଦେଖି ବହୁତ ଖୁସି ଅନୁଭବ କରିଥିଲେ । ସ୍କୁଲ ର ଅଧ୍ୟକ୍ଷ ରବିଚନ୍ଦ୍ର ଉଦ୍ଗାତା ସଂଯୋଜନା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ବିରେନ୍ଦ୍ର ନାରାୟଣ ଉଦ୍ଗାତା ଓ ସ୍କୁଲର ପିଇଟି ଓ ଅନ୍ୟାନ୍ୟ ଶିକ୍ଷକ ପରିଚାଳନା କରିଥିଲେ । ସାମ୍ବାଦିକ ଆକୁଳ ବେହେରା ଛାତ୍ର ଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।