-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
08-Nov-2022
ବଲାଙ୍ଗିର (ପ୍ରେରଣା ଖବର) ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ରେ ସିକ୍ୟୁରିଟି ଗାର୍ଡ ଙ୍କ ମନମାନୀ କାହାକୁ ଅଜଣା ନୁହେ l ଗତ କିଛି ଦିନ ତଳେ ଏଠାରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ଜଣେ ମହିଳା ସାମ୍ବାଦିକ ଙ୍କ ମୋବାଇଲ ଚୋରି କରିଥିବା ତଥା ସାମ୍ବାଦିକା ଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା l ତେବେ ଦୁଃଖ ର ବିଷୟ ହେଲା ହସ୍ପିଟାଲ ପରିସରରେ ଥିବା ପୋଲିସ ଫାଣ୍ଡିର କାର୍ଯ୍ୟରତ ପୋଲିସ ମାନେ ମଧ୍ଯ ଲୋକଙ୍କୁ ଅଭଦ୍ରୋଚିତ ବ୍ୟବହାର କରୁଥିବା ବାରମ୍ଵାର ଅଭିଯୋଗ ହେଉଛି l ଆଜି ଏପରି କିଛି ଅଭାବନୀୟ ଘଟଣା ଘଟିଛି ହସ୍ପିଟାଲ୍ ପରିସରରେ ଥିବା ପୋଲିସ ଫାଣ୍ଡି ରେ ସୂଚନା ମତେ, ଶୁକୃ ନନ୍ଦ ନାମକ ଜଣେ ବ୍ୟକ୍ତି ଙ୍କ ମୋବାଇଲ ଟି ଗତକାଲି ସର୍ଜରୀ ୱାର୍ଡ ରେ ଶୋଇଥିବା ବେଳେ ଚୋରି ହୋଇଯାଇଥିଲା l ହସପିଟାଲର ଉପର ମହଲା ମହିଳା ୱାର୍ଡରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ ଶୁକୃ ଙ୍କ ପତ୍ନୀ I ତେବେ ଶାରୀରିକ ଅସୁସ୍ଥତା ଓ ଭିନ୍ନକ୍ଷମ କାରଣରୁ ଶୁକୃ ତଳେ ସର୍ଜରୀ ୱାର୍ଡ ରେ ରହି ନିଜ ପତ୍ନୀ ଙ୍କ ଦେଖାଶୁଣା କରୁଥିଲେ l ଏପରି ପରିସ୍ତିତିରେ ଶୁକୃ ଙ୍କ ପାଇଁ ଗୋଟିଏ ମାଧ୍ୟମ ଥିଲା ନିକ ପାଖରେ ଥିବା ମୋବାଇଲ I ଏହି ମୋବାଇଲ୍ ଟି ଚୋରି ହୋଇଯିବା ପରେ ଶୁକୃ ନିରୁପାୟ ହୋଇ ହସ୍ପିଟାଲ ଫାଣ୍ଡିର ଦ୍ୱାରସ୍ଥ ହୋଇଥିଲେ l ଏଠାରେ ଭିନ୍ନକ୍ଷମ ଙ୍କୁ ନ୍ୟାୟ ଦେବା ବଦଳରେ ପୋଲିସ ପାଲଟା ଶୁକୃ କୁ ଗାଳିଗୁଲଜ କରିଥିଲା l ଏପରିକି ଶୁକୃ କୁ ପୋଲିସ ତୁମେମାନେ ଚୋର ବୋଲି କହିଥିବା ମଧ୍ୟ ଶୁକୃ ଅଭିଯୋଗ କରିଛନ୍ତି l ଏଠାରେ ପ୍ରଶ୍ନ ଉଠେ, ସୁରକ୍ଷା ଦାୟିତ୍ଵରେ ଥିବା ଏହି ସଂସ୍ଥା ଗୁଡିକ ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ବଦଳରେ ଯଦି
.ନିଜ ପଦବୀ ର ଅପବ୍ୟବହାର କରିବେ, ତେବେ ସାଧାରଣ ଲୋକ କିମ୍ବା ରୋଗୀ ଟି ଏ କାହାକୁ ଗୁହାରୀ କରିବେ?