-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ଜିଲ୍ଲା

ସୋନପୁର ମଝିପଡ଼ା କାଳୀପୂଜା ମହୋତ୍ସବ ଉଦଯାପନୀ ଉତ୍ସବରେ ଯୋଗ ଦେଲେ ଅର୍ଥ ମନ୍ତ୍ରୀ

07-Nov-2022



-ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) --ସୁବର୍ଣ୍ଣପୁର ମଝିପଡ଼ା  କାଳୀପୂଜା ମହୋତ୍ସବ 2022 ର ଉଦଯାପନୀ ଉତ୍ସବ ରେ  ରାଜ୍ୟ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଯୋଗ ଦେଇ 
 ମହୋତ୍ସବର  ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ଏବଂ ହିନ୍ଦୁ ମୁସଲିମ ଖ୍ରୀଷ୍ଟିୟାନ ବିଭିନ୍ନ ସମ୍ପ୍ରଦାୟ ର ସମନ୍ୱୟ ରେ ଆୟୋଜନ କରାଯାଉଥିବା ଏହି  ମହୋତ୍ସବ ଖୁବ ନିଆରା ବୋଲି  ଆୟୋଜକ ଙ୍କୁ ପ୍ରଶଂସା କରି  ପୂଜା ର  ଏ ଭାଇଚାରା ପରମ୍ପରା କୁ ଆଗକୁ  ଜାରି ରଖିବାକୁ  ପ୍ରେରଣା ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ସଦର ପୈ।ରପରିଷଦ ଅଧ୍ୟକ୍ଷା ତାମସି ତମସ୍ମିତା ନାଏକ, ସୋନପୁର ବ୍ଲକ l

ଅଧ୍ୟକ୍ଷ ପ୍ରହଲ୍ଲାଦ ନାଏକ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଯୁବ ବିଜେଡି ନେତା ଅଶୋକ ନନ୍ଦ, ଜ଼ିଲ୍ଲା ପରିଷଦ ଉପାଧ୍ୟାକ୍ଷ ଝସ କେତନ ବଘାର, ଜ଼ିଲ୍ଲା ପରିଷଦ ସଭ୍ୟ ମଧୁ ସୁଦନ ଓତା, ପ୍ରାକ୍ତନ ପୌର ଅଧ୍ୟକ୍ଷ କଈରୁ ସ୍ୱାଇଁ, ଯୋଗ ଦେଇ କଳାକାର, ଆୟୋଜକ ଓ ଦର୍ଶକ ଙ୍କୁ ଉତ୍ସାହିତ କରିଥିଲେ l ସାଧାରଣ ଲୋକ ଙ୍କ ଅଧିକାର ଓ ସାମଗ୍ରିକ ବିକାଶ ଦିଗରେ ତୀକ୍ଷ୍ଣ ସ୍ବର ଓ କାର୍ଯ୍ୟ ଦକ୍ଷତା ପାଇଁ ମନ୍ତ୍ରୀ ଶ୍ରୀ ପୁଜାରୀ ଙ୍କୁ ପୂଜା କମିଟି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ବେଳେ ବିଗୁଲ ଟିଭି ର ସଂସ୍ଥାପକ  ସନ୍ତୋଷ ମିଶ୍ର, ଓ ଏ ଏସ ପାୟଲ ବାଗ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସେବା ପାଇଁ ଏଲ ପ୍ରେମନିଧି, ଯୋଗ ଗୁରୁ ତଥା ରକ୍ତ ଦାତା ଉଦ୍ୟୋକ୍ତl ମନୋଜ ପଣ୍ଡା, ସଫଳ ଅଭିନେତା କବି ନାଟ୍ୟକାର ପ୍ରଦ୍ୟୁମ୍ନ ସାହୁ, ସଂଗୀତ ନିର୍ଦେଶକ  ବିକାଶ ମିଶ୍ର, ପକ୍ଷୀ ଚିତ୍ରତ୍ତୋଳକ  ପିନାକୀ ପଣ୍ଡା, ପରିଚିତ କଣ୍ଠଶିଳ୍ପୀ  ରୁକୁ ସୁନା ଙ୍କୁ ଏବଂ  ଦୁସ୍ଥ ଲୋକ ଙ୍କ ସେବା, ରକ୍ତ ଦାନ, ଦୁର୍ଘଟଣା ଗ୍ରସ୍ତ ଲୋକ ଙ୍କ ସେବା ସର୍ବୋପରି  ବିଭିନ୍ନ କ୍ଷେତ୍ର ରେ ସମାଜ ସେବା  ପାଇଁ ବୁଢାରଜା ଯୁବ ସଂଗଠନ କୁ  ମନ୍ତ୍ରୀ ଶ୍ରୀ ପୁଜାରୀ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ସେହିପରି ଗତ ମାସ 23 ତାରିଖ ରୁ ମା କାଳୀ ଙ୍କ ପୂଜନୋତ୍ସବ ଆରମ୍ଭ କରାଯାଇ  ପ୍ରତି ଦିନ ସନ୍ଧ୍ୟା ଆଳତୀ ପରେ ଖିରି ପିଠା ସହିତ ବିଭିନ୍ନ ପ୍ରକାର  ମିଷ୍ଟାନ୍ନ ଭୋଗ ଭକ୍ତ ଶ୍ରଦ୍ଧାଳୁ ଙ୍କୁ  ପ୍ରଦାନ କରାଯାଉଥିଲା ଏବଂ ସର୍ବ ଧର୍ମ ସମନ୍ୱୟ ରଖି  ଏ ପୂଜା କରିବl, ଯାହାକି ଏ ପୂଜା ର ମୁଖ୍ୟ ଆକର୍ଷଣ l 30 ତାରିଖ  ରେ  ସାହି ତଥା ସହର ର ସମସ୍ତ ସାହି ଓ ଅନୁଷ୍ଠାନ ର ଲୋକ ଙ୍କୁ ନେଇ ଏକ ସାମୁହିକ ଅନ୍ନ ଭୋଜନ ର ଆୟୋଜନ କରାଯାଇଥିଲା ଯାହାକି ସମସ୍ତ ଙ୍କୁ ସାମିଲ କରି ଏ ଯାତ୍ରା କୁ ବ୍ୟାପକ ତଥା ଜ଼ିଲ୍ଲା, ରାଜ୍ୟ ସ୍ତରୀୟ ମହୋତ୍ସବ ପାଳନ କରିବା ଏହାର ଲକ୍ଷ୍ୟ l  31 ତାରିଖ ରେ ଏକ ରକ୍ତ ଦାନ ଶିବିର ର ଆୟୋଜନ କରାଯାଇଥିଲା l ଏବଂ 1 ତାରିଖ ରୁ  6 ତାରିଖ ଯାଏ  ଦଣ୍ଡ ନୃତ୍ୟ, ସୁନ୍ଦରାକାଣ୍ଡ, ପ୍ରବଚନ,ଭଜନ,  ହିନ୍ଦୀ, ସମ୍ବଲପୁରୀ ମେଲୋଡି ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା l ଯାହାକି ପ୍ରତ୍ୟହ ବିଳମ୍ବିତ ରାତି ଯାଏ ଦର୍ଶକ ମନ ଭରି ଉପଭୋଗ କରୁଥିଲେ l 

ମନବୋଧ ଭୋଇ, ଗୁରୁ ଦଳାଇ, ସିକୁନ ନାଏକ, ଅଜିତ ବରିହା, ସୁମନ ମିଶ୍ର, ପୂଜା କମିଟି କମିଟି ର  ବରିଷ୍ଠ ସଦସ୍ୟ  ଓ ସଭାପତି ସୁରଜ ସାହୁ, ଉପ ସଭାପତି ବୁବୁନ ନାଏକ, ସମ୍ପାଦକ ପୂରନ ନାଏକ, କୋଷାଧ୍ୟକ୍ଷ ରାଜୀବ ସାହୁ,  ଙ୍କ ସମେତ ପୂଜା ସାଂସ୍କୃତିକ କମିଟି ସଦସ୍ୟ ମାନସ ସେଠ, ହରି ସାହୁ, ସତ୍ୟ  ନାରାୟଣ ଦରୱାନ,  ଜଗବନ୍ଧୁ  ତ୍ରିପାଠୀ, ଲଡ଼ୁ କିଶୋର ମଲ୍ଲିକ, ଶେଷଦେବ ମେହେର, ଦୀପକ ତ୍ରିପାଠୀ, ସନ୍ତୋଷ ପାଢ଼ୀ, ଦିଲ୍ଲୀପ ସାହୁ ପ୍ରମୁଖ ସମସ୍ତ ବରିଷ୍ଠ ଓ କନିଷ୍ଟ ସଦସ୍ୟ ପ୍ରତ୍ୟେକ କାର୍ଯ୍ୟକ୍ରମ ରେ ସହଯୋଗ କରି ଶୃଙ୍ଖଳା ରକ୍ଷା କରିଥିଲେ  l ରାମଧୁନ କ୍ଲବ ସଭାପତି ପିୟୁଷ ପଣ୍ଡା ଓ ସମ୍ପାଦକ ବିକାଶ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏ ଉତ୍ସବ ର ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପ୍ରତ୍ୟୋକ ଦିନ ସନ୍ଧ୍ୟା ସାଂସ୍କୃତିକ ସଭା କୁ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିବା ବେଳେ  ଜ଼ିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଜ଼ିଲ୍ଲା ସଂସ୍କୃତି ବିଭାଗ, ସମସ୍ତ ମିଡ଼ିଆ, ଟେଣ୍ଡ, ସାଉଣ୍ଡ ଓ ସହର ର ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଉତ୍ସବ ରେ ସହଯୋଗ କରିଥିବାରୁ ସମସ୍ତ ଙ୍କୁ ପୂଜା କମିଟି ପକ୍ଷରୁ ଗଭୀର କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରାଯାଇଛି l ଆସନ୍ତା ବୁଧବାର ଦିନ ମଁl ଙ୍କ ଭସାଣି ଉତ୍ସବ  ଶୋଭାଯାତ୍ରା ପାଇଁ  ଖୁବ ରଙ୍ଗlରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ର ପ୍ରସ୍ତୁତି କରାଯାଉଥିବା ବିଷୟ କମିଟି ପକ୍ଷରୁ ସୂଚନା ମିଳିଛି


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like