-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
07-Nov-2022
କର୍ଲାମୁଣ୍ଡା( ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କାର୍ଯଳୟ ପରିସରରେ ସୋମବାର ମାଣ୍ଡିଆ ଦିବସ ପାଳନ ପାଇଁ ଜନ ସଚେତନତା ସୃଷ୍ଟି ନିମନ୍ତେ ମାଣ୍ଡିଆ ରଥ ଉଦଘାଟନ ହୋଇଯାଇଛି।ଏହି ଅବସରରେ କ ର୍ଲା ମୁଣ୍ଡା ରେ ମିଲେଟ ମିଶନ କାର୍ଯକାରୀ ଅନୁଷ୍ଠାନ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି, ଓଡ଼ିଶା ମିଲେଟ ମିଶନ,ମିଶନ ଶକ୍ତି,ଉଆଶ୍ୱନ,ଓ ଓଡ଼ିଶା ସରକାର ଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡ଼ିଓ ସୁଚରିତା ମୁଗ୍ରୀ, ବ୍ଲକ ଅଧକ୍ଷ୍ୟା ଶ୍ରୀମତୀ କୁନି ସାହୁ,ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା,ମିଶନ ଶକ୍ତି ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ବିପିନ ବାରିକ,ଏଏଓ ଅରୁଣ କୁମାର ପାଢୀ, ଏଟିଏମ୍ ଶ୍ୟାମ ପଦ ଭଞ, ଓଁମ ପ୍ରକାଶ ମିଶ୍ର,ପ୍ରକଳ୍ପ କାର୍ଯ୍ୟକାରି ଅନୁଷ୍ଠାନ ର ବିପିସି ଜଗଦୀଶ ପ୍ରସାଦ ରଣା, ଏବିପିସି ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇ ମାଣ୍ଡିଆ ରଥ କୁ ଉଦଘାଟନ କରିବା ସହ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଏହି ରଥ ବ୍ଲକ ର ସମସ୍ତ ଗାଁକୁ ଯାଇ ମାଣ୍ଡିଆ ଦିବସ ପାଳନ ଉପରେ ସଚେତନ କରିବ ବୋଲି କହିଥିଲେ।ତେବେ ପ୍ରଥମ ଦିବସରେ ବାଗବୁରେଇ ଓ ସରଗୁଲ ମାଲପଡା ପଞ୍ଚାୟତ ରେ ସରପଞ୍ଚ ବରୁଣ ଛତ୍ରୀଆ,ଶିକ୍ଷକ ସୋମନାଥ ସାହୁ,ଏମବିକେ, ସିଆରସି ମାନେ ଉପସ୍ଥିତ ରହି ରଥ କୁ ସ୍ୱାଗତ କରିଥିବା ବେଳେ ରେଗଡା ଠାରେ ସ୍ଥାନୀୟ ସରପଞ୍ଚ ଦୀପ୍ତି ରାଣୀ ସାହୁ,ଶିକ୍ଷକ ଈଶ୍ୱର ମହାକୁର, ପାର୍ଥ ସାହୁ ରଥ କୁ ସ୍ୱାଗତ କରି ଛାତ୍ର ଛାତ୍ରୀ ମାନେ ଶୋଭାଯାତ୍ରାରେ ବାହାରିଥିଲେ।ଠିକ ସେହିପରି ସପଲହରା ଉନ୍ନୀତ ହାଇସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ମାନେ ସଚେତନ ରାଲି ରେ ସାମିଲ ହୋଇଥିଲେ।
ଏହା ବ୍ୟତୀତ ରଥଟି ଜୋରାଡବରା ପଞ୍ଚାୟତ ସମ୍ମୁଖରେ ଜୟ ମା ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀ ଓ ସ୍ଥାନୀୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଟେର୍ଚାପଲା ଠାରେ ଲଷ୍ମୀ ନାରାୟଣୀ କୃଷି ଉତ୍ପାଦକ ଦଳ ସହିତ ଗାଁ ସ୍କୁଲ ର ଛାତ୍ର ଛାତ୍ରୀ ତଥା ପ୍ରଧାନ ଶିକ୍ଷକ ଡମ୍ବରୁ ଧର ମାଝୀ,କୁସୁର୍ଲ। ବାନ୍ଧନ ପଡା ବାସୀ, ସିସାଖାଲ ରେ ମା ମାନିକେଶ୍ୱରୀ କୃଷି ଉତ୍ପାଦକ ଦଳ ,ବିଜାପାଟି ରେ ଗ୍ରାମ୍ୟ କୃଷି କର୍ମୀ ସନ୍ତୋସିନୀ ବରାହ ଓ ସ୍ୱୟଂ ସହାୟକ ଗୋଷ୍ଠୀ, ଓ ଯୋଗିପଲା ରେ ଗ୍ରାମବାସୀ ତଥା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମାଣ୍ଡିଆ ରଥ ରେ ସାମିଲ ହୋଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସିଆରପି ଜୀବର୍ଦ୍ଧନ ସାହୁ,ବାଲ୍ମୀକି ଛତ୍ରୀଆ,ପ୍ରବୀଣ ଭୋଇ, ଶ୍ରଦ୍ଧାଞ୍ଜଳୀ ବାଗ,କୃଷକ ସାଥି ସାମନ୍ତ ଦୀପ, ଅଜୁ ରଣା ,କିଶୋର ନାଗ ସହଯୋଗ କରିଥିଲେ।