-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
06-Nov-2022
ବଲାଙ୍ଗୀର(ପ୍ରେରଣା ଖବର)- ସରକାର ଏବଂ ରାଜନୈତିକ ଦଳ ଦ୍ବାରା ପରିଚାଳିତ କିଛି ପୂର୍ବ ଓଡ଼ିଶାର ସଂଘ ପକ୍ଷରୁ ବାରମ୍ବାର ଭୁଆଁ ବୁଲେଇ ଅଙ୍ଗନୱାଡି କର୍ମୀ ଓ ସହାୟିକା ଙ୍କୁ ବାଟବଣା କରୁଥିବାରୁ ପ୍ରତିବାଦ ସ୍ୱରୂପ ଆଜି ବଲାଙ୍ଗୀର ଠାରେ ପଶ୍ଚିମ ଓଡ଼ିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ଶତାଧିକ କର୍ମୀ ସଦସ୍ୟତା ଗ୍ରହଣ ପୂର୍ବକ ଆଗାମୀ ୧୮ ନଭେମ୍ବର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କର୍ମୀ ଙ୍କ ବିଭିନ୍ନ ସମସ୍ୟା ସମାଧାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରି ଦାବିପତ୍ର ଦେବାକୁ ଅନୁଷ୍ଠିତ ସମାବେଶ ରେ ନିଷ୍ପତ୍ତି ନେଇଛନ୍ତି ।ଜିଲ୍ଲା ସଭା ନେତ୍ରୀ ମମତା ଶତପଥୀ ଙ୍କ ସଭାପତିତ୍ବ ରେ ଆଜିର ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ ଆବାହକ ପ୍ରଶାନ୍ତ ପାଢ଼ୀ ଯୋଗଦାନ ଦେଇ,କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାମକୁ କର୍ମୀ ମାନେ ଶତ ପ୍ରତିଶତ ସଫଳ କରିଥିଲେ ବି ବଞ୍ଚିବା ଭଳି ତଥା ଜୀବନ ଧାରଣ ଭଳି ଭତ୍ତା ର ବ୍ୟବସ୍ଥା କରାଯାଇ ନ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ।ସାଧାରଣ ସମ୍ପାଦିକା ପ୍ରଭାସିନୀ ପାଢ଼ୀ କର୍ମୀ ଙ୍କୁ ଶ୍ରମିକ ର ମାନ୍ୟତା,ଶ୍ରମ ସମ୍ମିଳନୀ ଅନୁସାରେ ୨୬ ହଜାର ଟଙ୍କା ଦରମା ନ ଦେବା ପର୍ଯ୍ୟନ୍ତ ଲଢେଇ କୁ ବ୍ୟାପକ କରିବା ପାଇଁ ଆହ୍ୱାନ ଦେଇଥିଲେ । ସମାନ କାମକୁ ସମାନ ଦରମା,ଶ୍ରମିକ ର ମାନ୍ୟତା,ଭତ୍ତା ବୃଦ୍ଧି, ଗାଁ କଲ୍ୟାଣ ସମିତି ରୁ ବାଦ୍, ପଶ୍ଚିମ ଓଡ଼ିଶା କର୍ମୀ ଙ୍କୁ ସ୍ଵତନ୍ତ୍ର ଭତ୍ତା,ମାଟ୍ରିକ ଓ ଗ୍ରାଯୁଏଟ ଙ୍କୁ ଶତ ପ୍ରତିଶତ ପଦୋନ୍ନତି ତଥା ଅଧିକ କାମ ଲଦି ଦିଆଯାଉଥିବା ବିଷୟରେ ଆଲୋଚନା କରିବା ସହ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉପସ୍ଥିତ କର୍ମୀ ମାନେ ମତ ଦେଇଥିଲେ । ଏହି ସମାବେଶରେ ଉପଦେଷ୍ଟା ମହେନ୍ଦ୍ର କୁମାର ଦର୍ଜୀ,ଅନଙ୍ଗ ଠାକୁର, ସମ୍ପାଦିକା ଗୌରୀ ଷଡ଼ଙ୍ଗୀ,ପ୍ରଣତି ମିଶ୍ର,ଦୀପ୍ତି ପଟେଲ, ଦେବକୀ ପଟ୍ଟନାୟକ ,ମୀନା ବଗର୍ତ୍ତି,ଜ୍ୟୋତିର୍ମୟୀ ଚାଟାର୍ଜୀ,ନିରୁପମା ମିଶ୍ର,ଶୋଭାବତୀ ପ୍ରଧାନ,ସଂଗୀତା ସାହୁ,ଭୋଇମତି ନାଗ୍,ମଞ୍ଜୁ ହରିପାଲ ସମେତ ଜିଲ୍ଲାର ସମସ୍ତ ବ୍ଲକ୍ ରୁ ବହୁ ସଂଖ୍ୟାରେ କର୍ମୀ ଉପସ୍ଥିତ ଥିଲେ।