-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
06-Nov-2022
ବଲାଙ୍ଗୀର(ପ୍ରେରଣା ଖବର) ଆଜି ବଲାଙ୍ଗୀର ସାମ୍ବାଦିକ ଭବନ ଠାରେ ଗୁରୁଶ୍ରୀ ଡ. ଘାସିରାମ ମିଶ୍ରଙ୍କ କୋସଲୀ ପ୍ରବନ୍ଧ ସଂକଳନ ‘ମାଁ ମାଏଟ୍ ‘ଲୋକାର୍ପିତ ହୋଇଯାଇଛି । ନିମନ୍ତ୍ରିତ ଅତିଥି ବକ୍ତା ଭାବରେ କୋସଲୀ ଗବେଷକ ତଥା ଶିକ୍ଷାବିତ୍ ଗୋପବନ୍ଧୁ ରଥ ଓ କବି ଡ. ସଂଜୟ ମିଶ୍ର ଯୋଗ ଦେଇଥବା ବେଳେ ପୁସ୍ତକର ସମୀକ୍ଷା କରିଥିଲେ ଅଧ୍ୟପକ କୌତୁକ ପନ୍ଦର । ପୁସ୍ତକର ଲେଖକ ଗୁରୁଶ୍ରୀ ଘାସିରାମ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ସହରର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ ଓ ସାହିତ୍ୟପ୍ରେମୀ ମାନେ ଯୋଗ ଦେଇଥିଲେ । କୋସଲୀ ସଂସ୍କୃତି କୁ ନେଇ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଥିବା କିଛି ଗବେଷଣାତ୍ମକ ଲେଖାର ଏକ ସଂକଳନ ହେଉଛି ମାଁ ମାଏଟ୍ ପୁସ୍ତକ । ବୀଣାପାଣି ପ୍ରକାଶନ ଓ ରାଧାରଣୀ ସାଂସ୍କୃତିକ ସଂସଦର ମିଳିତ ପ୍ରକାଶନରେ ଲୋକାର୍ପିତ ହୋଇଥିବା ଏହି ପୁସ୍ତକରେ କୋଶଳୀ ସଂସ୍କୃତିକୁ ସର୍ବଭାରତୀୟ ସ୍ତରରେ କିପରି ବିକାଶ ଧାରାରେ ଯୋଡା ଯାଇ ପାରିବ ସେ ସଂପର୍କରେ ଅନେକ ଗବେଷଣାତ୍ମକ ଲେଖା ପ୍ରକାଶିତ ହୋଇଛି । ଏହି ପ୍ରବନ୍ଧ ସଂକଳନଟି ଟି ଉଭୟ ଛାତ୍ର ଓ ଗବେଷକ ମାନଙ୍କ ପାଇଁ ଏକ ଉପାଦେୟ ପୁସ୍ତକ ହେବ ବୋଲି ପୁସ୍ତକର ସ୍ରଷ୍ଟା ଡ. ଘାସିରାମ ମିଶ୍ର ସୂଚନା ଦେଇଛନ୍ତି ।