-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
06-Nov-2022
ଧାମନଗର ବିଧାୟକ ଭାବେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ୍ ଙ୍କ ବିଜୟ ପରେ ଡାବୁଗାଁ ଅଞ୍ଚଳରେ ଆନନ୍ଦ ର ଲହରୀ ଖେଳିଯାଇଛି। ଏହି ଅବସରରେ ଡାବୁଗାଁ ମଣ୍ଡଳ ସଭାପତି ଜେ ରାଜଶେଖର ରାଓ, ବରିଷ୍ଠ ବିଜେପି ଜୟନ୍ତ କୁମାର ପାତ୍ର, ମଣ୍ଡଳ ସାଧାରଣ ସଂପାଦକ ମହେଶ ପାତ୍ର, ଭୀମ ସେନ ଜେନା, ଉପ ସଭାପତି ନରୁ ସିଂ, ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ଦଶମୁ କଲାର, ରତନ କଲାର , ଲକ୍ଷ୍ମୀ ଜାନୀ, ଜୁମନ ଦେଇ ପୂଜାରୀ, କାଞ୍ଚନ ହରିଜନ, ଜଗଦୀଶ ଭତ୍ରା, ଲେମ୍ପ ଡାଇରେକ୍ଟର ସତ୍ୟ ରାଓ ଓ ଧନ ସିଂ ଭତ୍ରା, ରାଜେନ୍ଦ୍ର ବିଷୋୟୀ, ଆଦିବାସୀ ମୋର୍ଚ୍ଚା ଜିଲ୍ଲା ସଂପାଦକ ସନୁ ମାଝୀ, ଉପ ସଭାପତି ମାନସାଏ ମାଝୀ ଏବଂ ଅନ୍ୟମାନେ ଅଭିନନ୍ଦନ ଜଣାଇବା ସହ ଓଡ଼ିଶା ରେ ଏଥର ପରିବର୍ତ୍ତନ ର ଲହରୀ ସୃଷ୍ଟି ହେବ ଏବଂ ଆଗାମୀ ନିର୍ବାଚନରେ ବିଜେପି ର ବିପୁଳ ବିଜୟ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି।
(ରିପୋର୍ଟ :ମିହିର ଶଙ୍କର ପାତ୍ର,ନବରଙ୍ଗପୁର)