-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
06-Nov-2022
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ଡିଜିଜିଓଭି କାର୍ଯ୍ୟକାରୀ କରଣ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉଲୁଣ୍ଡା ଷ୍ଟେଟବ୍ୟାଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ଏହି ପ୍ରଶିକ୍ଷଣ ଶିବିରକୁ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ ଏବଂ ଏଫସି ରାଜୀବ ପୁରୋହିତ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ । ପ୍ରଶିକ୍ଷକ ଭାବରେ ଷ୍ଟେଟବ୍ୟାଙ୍କ ମ୍ୟାନେଜର ରାଜେନ୍ଦ୍ର କୁମାର ଦାସ ଯୋଗଦେଇ ବିଦ୍ୟାଲୟର ଏସଏମଡିସି, ଏସଏମସି, ସିଆରସିସି, ବିଆରସସିି ଏକାଉଂଟକୁ ଆସୁଥିବା ପାଣ୍ଠି ଗୁଡିକର କିପରି କେସଲେସ ତଥା ଅନଲାଇନ ମାଧ୍ୟମରେ ପେମେଂଟ କରାଜିବ ସେ ଉପରେ ତାଲିମ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏବିଇଓ ମୁକେଶ ଭୋଇଙ୍କ ସମେତ ସମସ୍ତ ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ସିଆରସିସି ମାନେ ଯୋଗଦେଇଥିଲେ ।