-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
06-Nov-2022
ରେଳ ଧାରଣାରେ ଯୁବତୀଙ୍କ ଶବ । ମୁଣ୍ଡରୁ ଅଲଗା ହୋଇଯାଇଛି ଗଣ୍ଡି । ବିଭତ୍ସ ଭାବରେ ପଡିଛି ଶବ । ଘଟଣା ଘଟିଛି ବଲାଙ୍ଗିର ରେଲୱେ ଷ୍ଟେସନ ନିକଟରେ ଥିବା ଖୁଜେନପାଲି ରେଲୱେ ଫାଟକ ଠାରେ । ରେଳ ଧାରଣାରେ ଶବ ପଡିଥିବା ବେଲେ ନିକଟରେ ଏକ ସ୍ୱିଫ୍ଟ ଡିଜେଆର କାର ଥୁଆ ହୋଇଛି । ମୃତ ଯୁବତୀ ଜଣକ ବଲାଙ୍ଗିର ତାଲପାଳି ପଡାର ସାରିକା ସାଏ ବୋଲି ଚର୍ଚ୍ଚା ହେଉଛି । ଯୁବତୀ ଜଣକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା ପରେ ଆତ୍ମହତ୍ୟାର ରୂପ ଦିଆଯାଇଛି ଜଣାପଡିନାହିଁ । ବଲାଙ୍ଗିର ଜି.ଆର.ପି ଘଟଣାର ତଦନ୍ତ ଆରମ୍ଭ କରିଛି । ପରିବାର ଲୋକ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।