-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
06-Nov-2022
ଲୋଇସିଂହା, (ବିନୋଦ କୁମାର ଦୀପ) ବ୍ଲକ ଉପରବାହାଲ ପଞ୍ଚାୟତ ଅନ୍ତର୍ଗତ ଭୋଇପାଲି ଠାରେ ମା ମାହେଶ୍ୱରୀ କମିଟି ଓ ଭୋଇପାଲି ଗ୍ରାମବାସୀବୃନ୍ଦ ଙ୍କ ଆୟୋଜନରେ ସାର୍ବଜନୀନ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ଧୁମ୍ ଧାମ୍ ରେ ଆଞ୍ଚଳିକ ଜଳନ୍ଧର ଦରବାର ଅନୁଷ୍ଠିତ ହୋଇଯାଇଅଛି l ଏହା ନଭେମ୍ବର ୪ ରୁ ୮ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଅନୁଷ୍ଠିତ ହେବ l ଆଜିର ଉଦ୍ଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବରେ ଲୋଇସିଂହା ବିଧାୟକ
ଡ: ମୁକେଶ ମହାଲିଙ୍ଗ ଯୋଗଦାନ କରିଥିଲେ l କଳାକାର ମାନଙ୍କ ମଧ୍ୟରେ ମହାରାଜ ଜଳନ୍ଧର ଭୂମିକାରେ ଦେବେନ୍ଦ୍ର କଂହେର ଅଭିନୟ କରୁଛନ୍ତି l ଏହି ଅବସରରେ ମାହେଶ୍ୱରୀ କମିଟି ର ସଭାପତି ତଥା ଗ୍ରାମର ଗୌନ୍ତିଆ ଅନନ୍ତ ସାହୁ,ଜଳଧର ନାଏକ,ରମାକାନ୍ତ ସାହୁ,ରାଜୀବ ବଗର୍ତ୍ତୀ,ଅମୂଲ୍ୟ ଯୁଏଡ,ସୁଶିଲ ସେଠ୍, ଜନକ ମଂହିରା,ପାଣ୍ଡବ ବାଗ,ଆନନ୍ଦ ନାଏକ,ଭକ୍ତ ନାଏକ, ଯୁଧିଷ୍ଟିର ଯୁଏଡ,ପ୍ରଭାତ ବଗର୍ତ୍ତୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l