-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
06-Nov-2022
ଲୋଇସିଂହା, (ବିନୋଦ କୁମାର ଦୀପ) ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ବାଦୀବାହାଲ ପଞ୍ଚାୟତ ଅନ୍ତର୍ଗତ ଭାଲୁପାଲି ଗ୍ରାମରେ ସଚେତନ ମହିଳା ମଞ୍ଚ ଆନୁକୂଲ୍ୟରେ କିଡ଼ନୀ ରୋଗୀ ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହେଇଯାଇଛି l ଭୀମଭୋଇ ମେଡିକାଲ କଲେଜ ର ସୁପରିଟେଣ୍ଡେଣ୍ଟଙ୍କ ତତ୍ତ୍ଵାବଧାନରେ ମେଡିକାଲ ଦଳ ଯାଇଥିଲେ, ଭେଷଜ ବିଶେଷଜ୍ଞ ଡାକ୍ତର ଦେଶବନ୍ଧୁ ବେହେରା, ଡାକ୍ତର ମାଧବ ନାୟକ ଓ ସହକର୍ମୀ ଉପସ୍ଥିତ ଥିଲେ l ଏଥିରେ ପାଖାପାଖି ୨ଶହ ଜଣ ରୋଗୀଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେବାସହ ଔଷଧ ବଣ୍ଟନ କରାଯାଇଥିଲା l ସେଥିମଧ୍ୟରୁ 40 ଜଣ କିଡ଼ନୀ ରୋଗୀଙ୍କ ପରାମର୍ଶ ସହିତ ସଚେତନତା ମଧ୍ୟ କରାଯାଇଥିଲା l ଡାଏବେଟିସ ଓ ଉଚ୍ଚ ରକ୍ତଚାପ ରୋଗୀଙ୍କ ମଧ୍ୟ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା l ଏହାସହ ଆବଶ୍ୟକ ମୁତାବକ ଚିକିତ୍ସା ଓ ଔଷଧ ପ୍ରଦାନ କରାଯାଇଥିଲା I ସଚେତନ ମହିଳା ମଞ୍ଚ ପକ୍ଷରୁ ସଭାପତି ସାଗରିକା ଗୁରୁ, ପ୍ରମିଳା ମିଶ୍ର, ନିହାରିକା ମିଶ୍ର ସହିତ ଗ୍ରାମର ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l