-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
02-Nov-2022
ବିନିକା(ହିମାଂଶୁ ଶେଖର ପୁଟେଲ): ବିନିକା ବ୍ଲକ ଅନ୍ତର୍ଗତ ଫୁଲମୁଠି ଶ୍ରୀ ଶ୍ରୀ ବ୍ରଜ ବିହାରୀ ନାଟ୍ୟ ସଂସଦ ତରଫରୁ ଆସନ୍ତା ୨୮ତାରିଖରୁ ୮ଦିନ ଧରି ହେବାକୁ ଯାଉଥିବା ଗୋକୁଳାଷ୍ଟମୀ ଯାତ୍ରା ମହୋତ୍ସବରେ କଂସ ଦରବାର ପାଇଁ କଂସ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଯାତ୍ରା କମିଟି ସଭାପତି ଆନନ୍ଦ କୁମାର ହୋତାଙ୍କ ଆହ୍ୱାନ କ୍ରମେ ଯାତ୍ରା କମିଟି ସଦସ୍ୟ ଓ ଗ୍ରାମବାସୀ ପ୍ରାରମ୍ଭରେ ମା ପୂର୍ଣ୍ଣବାସି ଓ ଶ୍ରୀଶ୍ରୀ ବ୍ରଜ ବିହାରୀ ପ୍ରଭୁଙ୍କ ପୂଜାର୍ଚ୍ଚନା କରି ଗୋପେଶ୍ୱର ମନ୍ଦିର ସମ୍ଭୁଖରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଅନ୍ତର୍ଡ଼ା ଗ୍ରାମକୁ ପହଞ୍ଚିଥିଲେ । ସ୍ଥାନୀୟ ଗ୍ରାମ୍ୟ ମଣ୍ଡପ ଠାରେ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ ବ୍ରାହ୍ମଣ ମାନଙ୍କ ଦ୍ଵାରା ଶ୍ଳୋକ ପଠନ କରି ଦୁର୍ଦ୍ଦାନ୍ତ ଖଳନାୟକ ତଥା ଅଭିନେତା ଗୋପାଳ ପଣ୍ଡାଙ୍କୁ(କଂସ) ଉପଡ଼ୋକନ ଦେଇ ବରଣ କରାଯାଇଥିଲା ।ସୂଚନା ଯୋଗ୍ୟ ଯେ ୧୪୧ବର୍ଷ ଧରି ବ୍ରଜ ବିହାରୀ ନାଟ୍ୟ ସଂସଦ ପକ୍ଷରୁ ଅନୁଷ୍ଟିତ ଏହି ଯାତ୍ରାର ମହୁଲଟିକ୍ରା ପଡ଼ିଆ ମଥୁରା ନଗରୀରେ କଂସର
ରାଜୁତି,ଫୁଲମୁଠି ଗୋପପୁର ରେ କୃଷ୍ଣ ବଳରାମଙ୍କ ଲୀଳା ଅନୁଷ୍ଟିତ ହେବ । କଂସ ବରଣ ପରେ ମହାରାଜଙ୍କ ତରଫରୁ ଅତିଥି ସତ୍କାର କରି ବନ୍ଧୁ ପଣ ନିର୍ବାହ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯାତ୍ରା ଉଦୋକ୍ତା ଗଣେଶରାମ ଦାଶ,ଯୁଧିଷ୍ଟିର ଦାଶ,ରାଜାରାମ ମିଶ୍ର,ବୃନ୍ଦାବନ ଦାଶ,ମହେଶ୍ୱର ସାହୁ,କିର୍ତନ୍ୟ ସାହୁ,ଲୁକୁ ନାଏକ,ଭୀମସେନ ସାହୁ,ନୀଳାମ୍ବର ସାହୁ,ବାବୁଲା ପଣ୍ଡା,ଭୁବନ ମହାକୁର,ରଞ୍ଜନ ନାଏକ ପ୍ରମୁଖଙ୍କ ସମେତ ଶତାଧିକ ଭକ୍ତ ଯୋଗଦେଇଥିଲେ ।