-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
02-Nov-2022
ବଲାଙ୍ଗିର (ପ୍ରେରଣା ଖବର) ବଲାଙ୍ଗିର ରେଲୱେ ଷ୍ଟେସନ ପ୍ଲାଟଫର୍ମ ନମ୍ୱର ୱାନରେ ଜଣେ ଅଜଣା ବ୍ୟକ୍ତିଙ୍କ ଆତ୍ମହତ୍ୟା । ଆଜି ଭୋରରେ ପ୍ଲାଟଫର୍ମ ଭିତରେ ଧିରେ ଧିରେ ଆସୁଥିବା ଏକ ମାଳବୋଝେଇ ଟ୍ରେନ ଆଗରେ ହଠାତ ଶୋଇପଡିଥିଲେ ଜଣେ ଅଜଣା ଯୁବକ । ଟ୍ରେନ ଡ୍ରାଇଭର ହଠାତ ଟ୍ରେନକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସେତେବେଲକୁ ଅଜଣା ବ୍ୟକ୍ତିଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇ ସାରିଥିଲା । ମୃତ ବ୍ୟକ୍ତିଙ୍କ ପାଖାପାଖି ବୟସ ୪୦ ହେବ ବୋଲି ଅନୂମାନ କରାଯାଉଛି । ଜି.ଆର.ପି ପୋଲିସ ତଦନ୍ତ ଜାରୀ ରଖିଛି । ପରିଚୟ ମିଲିବା ପରେ ଆତ୍ମହତ୍ୟା ପ୍ରକୃତ କାରଣ ଜଣାପଡିବ । ଆଜି ସକାଳୁ ସକାଳୁ ପ୍ଲାଟଫର୍ମ ଭିତରେ ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରେଲୱେ ଷ୍ଟେସନ ଭିତରେ ହଇଚଇ ସୃଷ୍ଟି ହୋଇଛି ।