-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
01-Nov-2022
ଗଞ୍ଜାମ ଜିଲ୍ଲା କୋଦଳା ପୋଲିସ ମିଳିଛି ସଫଳତା । ଲୁଟ ଘଟଣାର ଦଶମ ମାସ ପରେ ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ l ସୂଚନା ମୁତାବକ ଗତ ଡିସେମ୍ବର ୨୦୨୧ ରେ ଅଗାଁର ଗାଁ ନୂଆଗଡ଼ ମୁଖ୍ୟ ରାସ୍ତାରେ ଜଣେ ଅବସର ପ୍ରାପ୍ତ ସେନା ଅଧିକାରୀ ଙ୍କୁ ତିନିଜଣ ଦୁର୍ବୁତ୍ତ ବନ୍ଧୁକ ଦେଖାଇ ମାଡ ମାରି ଦଶ ହଜାର ଟଙ୍କା
ଲୁଟ ହୋଇଥିବା ନେଇ ଥାନାରେ ହୋଇଥିଲା ଅଭିଯୋଗ l ପୋଲିସ ତାର ତଦନ୍ତ ଜାରି ରଖିଥିବା ବେଳେ ଆଜି ମୁଣ୍ଡୁଳା ଗ୍ରାମରୁ ଦୁଇ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବା ରେ ସଫଳ ହୋଇଛି ପୋଲିସ l ଏହା ସହିତ ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ, ୨ ଟି ଜୀବନ୍ତ ଗୁଳି ଓ ୧୦ ହଜାର ଟଙ୍କା ଜବତ କରିଥିବା ବେଳେ ଦୁଇ ଅଭିଯୁକ୍ତ ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ମୁଣ୍ଡୁଳା ଗ୍ରାମର ୩୭ ବର୍ଷୀୟ ରାଜେନ୍ଦ୍ର ପ୍ରଧାନ ଓ ୨୧ ବର୍ଷୀୟ ଅନାଥ ମୁନି ହୋଇଥିବା ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ l ସେପଟେ ଅନ୍ୟ ଜଣେ ଫେରାର୍ ଅଭିଯୁକ୍ତ କୁ ଧରିବାକୁ ଉଦ୍ଯମ ଜାରି ରଖିଛି ପୋଲିସ ।
ଗଞ୍ଜାମରୁ ଭଗବାନ ପାଢ଼ୀ ଙ୍କ ରିପୋଟ