-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
26-Oct-2022
ବଲାଙ୍ଗୀର(ପ୍ରେରଣା ଖବର) ବଲାଙ୍ଗୀର ରାଜେନ୍ଦ୍ର କଲେଜ ନିକଟସ୍ଥ ରାଧାରମଣ ନଗର ନିବାସୀ ବସନ୍ତ ମିଶ୍ରଙ୍କ ଗତ ଶୁକ୍ରବାର ଦିନ ପ୍ରାୟ ୧୦ଟା ସମୟରେ ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ର ମୃତ୍ୟୁ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।ପରେ ତାଙ୍କର ଶେଷକୃତ୍ୟ ସ୍ଥାନୀୟ ବିଭୁତିପଡା ମଶାଣୀ ରେ କରାଯାଇଥିଲା। ସେ ତହସିଲ ଅଫିସରୁ ବରିଷ୍ଠ କିରାଣି ଭାବେ ଅବସର ଗ୍ରହଣ କରିଥିଲେ। ବଲାଙ୍ଗୀର ପି ଆର ହାଇସ୍କୁଲ ୧୯୫୬ ମାଟ୍ରିକ ବ୍ୟାଚ ର ଛାତ୍ର ଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ୪ ପୁଅ ସଞ୍ଜୀବ ମିଶ୍ର, ଅଜିତ ମିଶ୍ର,ରଞୀତ ମିଶ୍ର,ଓ ସୁନିତ ମିଶ୍ର ଙ୍କ ସହ ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ। ଶେଷରେ ତାଙ୍କ ର ବଡ ପୁଅ ସଞ୍ଜୀବ ମିଶ୍ର ମୁଖାଗ୍ନୀ ଦେଇଥିବା ବେଳେ ଶଵବଧାରରେ ବନ୍ଧୁ ପରିଜନ ଉପସ୍ଥିତ ରହିଥିଲେ।