-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
26-Oct-2022
ବଲାଙ୍ଗୀର(ପ୍ରେରଣା ଖବର) : ବଲାଙ୍ଗିର ସହର ଉପକଣ୍ଠ ଶାନ୍ତି ପଡା ଠାରେ ସମ୍ପୁର୍ଣ୍ଣା ମାତୃଛାୟା ବୃଦ୍ଧା ଆଶ୍ରମ ଗଢିଉଠିଛି।କିଛି ଅସହାୟ ବୃଦ୍ଧା ମାନଙ୍କୁ ନେଇ ଏହି ଆଶ୍ରମ ରହିଥିବା ବେଳେ ଗତ ଦୀପାବଳି ମହୋତ୍ସବରେ ସ୍ଥାନୀୟ ସାମାଜିକ କର୍ମକର୍ତ୍ତା ଓ ଆଯୋଜକ ମିଶି ଧୁମ୍ ଧାମ ରେ ପାଳନ କରି ତାଙ୍କ ମୁହଁ ରେ ହସ ଫୁଟାଇ ପାରିଥିଲେ। ଆଶ୍ରମ ସଭାପତି ସଂନ୍ତୋସିନୀ ମେହେର ସମେତ ରଶ୍ମି ପାତ୍ର,ସଂଜଳୀ ଶତପଥୀ,ନଳିନୀ ଶତପଥୀ ଓ ମିଳି ପଟ୍ଟନାୟକ ରହିଥିଲେ। ସେହି ପରି ଭାବରେ ସହରର ସାମାଜିକ କର୍ମକର୍ତ୍ତା ବାବୁ ପୂଜାରୀ, ରଶ୍ମି ରଞ୍ଜନ ଯୋଷୀ ଓ କମ୍ବୁ ପାଣି ପୂଜାରୀ ମଧ୍ୟ ଏହି ଉତ୍ସବରେ ଅସହାୟ ବୃଦ୍ଧା ମାନଙ୍କ ସହ ମିଶି ପାଳନ କରିଥିଲେ।