-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ଗରିବ ସେନା ତରଫରୁ ହେବ ବ୍ଲକ୍ ଘେରାଉ

21-Oct-2022




ଟିଟିଲାଗଡ, (ପ୍ରେରଣା ଖବର):ଟିଟିଲାଗଡ଼ ଗରିବ ସେନା ସଭାପତି ବୀରେନ୍ଦ୍ର ବାଗଙ୍କ ସଭାପତିତ୍ବରେ ସ୍ଥାନୀୟ ଆଦିବାସୀ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ଏହି ସମ୍ମୀଳନୀରେ ଟିଟିଲାଗଡ଼ ବ୍ଲକରେ ହେଉଥିବା ଦୁର୍ନୀତି ପ୍ରତିବାଦରେ ଆସନ୍ତା ୨୮ ତାରିଖରେ ୨୦ ଟି ସମସ୍ୟାକୁ ନେଇ ବ୍ଲକ ଘେରାଉ କରାଯିବା ନେଇ ସୁଚନା ଦିଆଯାଇଛି। ଏଠାରେ ଗୋଟିଏ ପ୍ରଶ୍ନ ଉଠେ ଯେ ରାଜ୍ୟ ସରକାରଙ୍କ ଫାଇଭ ଟି ଯାହାକି ଦୁର୍ନୀତି ବିରୋଧରେ ଜିରୋ ଟୋଲରେନ୍ସ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜାଣି ମଧ୍ଯ ଟିଟିଲାଗଡ଼ ବ୍ଲକରେ ଏହା କରୁଛି କିଏ ? ତା ସହିତ ଇୟେ ହେଉଛି ଖୁଦ୍ କେବିନେଟ୍ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ନିଜ ସହର, ନିଜ ନିର୍ବାଚନ ମଣ୍ଡଳୀ ଏବଂ ନିଜ ବ୍ଲକରେ ଏତେ ଦୁର୍ନୀତି ହେଉଛି ଯେ ଏଠାକାର ସ୍ଥାନୀୟ ସଂଗଠନ ଗରିବ ସେନା ବ୍ଲକରେ ହେଉଥିବା ଦୁର୍ନୀତି ପ୍ରତିବାଦରେ ବ୍ଲକ ଘେରାଉ କରିବାକୁ ଅଣ୍ଟା ଭିଡ଼ି ଜନସାଧାରଣଙ୍କୁ ତାଙ୍କର ହକ ଦେବା ପାଇଁ ସଜବାଜ ହେଉଛନ୍ତି।

ଗରିବ ସେନାର ଅଭିଯୋଗ ଅନୁସାରେ ଯଦି ରାଜ୍ଯ ସରକାରଙ୍କ ଦ୍ଵାରା ଫାଇବ ଟି ର ନଗ୍ନ ରୂପ ଏହି ବ୍ଲକର ଦୁର୍ନୀତିର ପର୍ଦ୍ଦାଫାଶ କଲେ ହିଁ ଜଣାପଡ଼ିବ। ଏହି ସାମ୍ୱାଦିକ ସମ୍ମିଳନୀରେ ବ୍ଲକରେ ଦୁର୍ନୀତି ବିରୋଧରେ ଉଲ୍ଲେଖ କରାଯାଇଛି – ଏଥିରେ ଦୁଇଟି ଦିଗ ରହିଛି ଯାହାକି ଦୁଇ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି, ଗୋଟିଏ ହେଲା ବ୍ଲକ କର୍ମଚାରୀ ଓ ଅନ୍ୟଟି ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷା। ପ୍ରତି କାମରେ ୧୮ ପ୍ରତିଶତ କାରବାରର ସହରରେ ଚର୍ଚ୍ଚା ହେଉଥିବା ବେଳେ ଯଦି ଏହା ସତ ତାହେଲେ ବ୍ଲକରେ ପିସି ନେଉଛି କିଏ ? କେତେ ପ୍ରତିଶତ କିଏ କିଏ ନେଉଛନ୍ତି ? ଏହି ପିଶି କାରବାରରେ କିଏ କିଏ ସଂପୃକ୍ତ ? ବ୍ଲକ ଅଧିକାରି ଓ କର୍ମଚାରୀଙ୍କ ସହ ନିର୍ବାଚିତ ପ୍ରତିନିଧିଙ୍କ ଉପରେ ଇୟେ ସିଧା ସଳଖ ଆକ୍ଷେପ ଗରିବ ସେନାର। ଯଦି ସରକାରୀ ଯୋଜନାରେ ସରକାରୀ କର୍ମଚାରୀ ମୋଟା ଅଙ୍କର ଦରମା ପାଇ ମଧ୍ଯ ଲାଞ୍ଚ ନେଉଛନ୍ତି ତାହେଲେ ସରକାରଙ୍କ ଫାଇବ ଟି କାହା ପାଇଁ ?

ଜିରୋ ଟୋଲରେନ୍ସ୍ ନାମରେ ହରିଲୁଟ ତଥା ଅସହାୟ ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ ଉଠାଇଛନ୍ତି ଗରିବ ସେନା ସଦସ୍ୟ ମାନେ, ଉଦାହରଣ ସ୍ୱରୂପ ଆଠ ବର୍ଷ ହେଲାଣି ଜଣେ ମହିଳା ଆଜି ଯାଏଁ ବିଧବା ଭତ୍ତା ପାଇବାରୁ ବଞ୍ଚିତ, ତାହେଲେ ସରକାର କାହା ପାଇଁ ଯୋଜନା ଆଣୁଛନ୍ତି, ସେହିପରି ଜଣେ ସମିତି ସଭ୍ୟ ମଧ୍ୟ ଆକ୍ଷେପ କରି କହିଥିଲେ ଯେ ଯେତେବଳେ ବି କିଛି କାମ ପାଇଁ ଗଲେ ସରକାରୀ ସାଇଟ ବନ୍ଦ ଥିବା ନ ଖୋଲିବା ଉତ୍ତର ପାଉଛନ୍ତି କି ତାଙ୍କୁ ସମ୍ମାନ ମଧ୍ୟ ଦିଆଯାଉ ନାହିଁ କହିବା ସହ ବ୍ଲକ ଉପାଧ୍ଧକ୍ଷା ଜଗତ ରାମ ରଣ।ଙ୍କୁ ନିଜ ପଞ୍ଚାୟତରେ କି ବ୍ଲକରେ ବି ଚଉକି ଖଣ୍ଡେ ମିଳେ ନାହିଁ ବୋଲି କହିଥିଲେ। ତେବେ ପଞ୍ଚାୟତ ପ୍ରତିନିଧି, ସମିତି ସଭ୍ୟ ମାନଙ୍କୁ ମନ୍ତ୍ରୀ ନିଜେ ଚୟନ କରିବା ସହ ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ଧକ୍ଷାଙ୍କୁ ଗାଦିରେ ବସାଇଲେ, ଏବେ ଯାହା ବି ବ୍ଲକରେ ଦୁର୍ନିତି କୁହାଯାଉଛି ତାହା କଣ ତାଙ୍କ ଦ୍ଵାରା ଚୟନ ହୋଇଥିବା ପ୍ରତିନିଧିଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ ହେଉନି କି ?

ସରକାରୀ ସ୍ତରରେ ବ୍ଲକ ଅଧିକାରୀ ଓ କର୍ମଚାରୀ ମାନେ ଏଥିରେ ସଂଶ୍ଳିଷ୍ଟ ବୋଲି ଅଭିଯୋଗ କରିଛନ୍ତି, ଏହାର ତଦନ୍ତ ଜରୁରି ଅଟେ, ରାଜ୍ୟ ସରକାରଙ୍କ ସ୍ୱଚ୍ଛଳ ଭାବମୂର୍ତ୍ତିରେ କଳଙ୍କିତ କରୁଥିବା ଅଧିକାରୀ/ ନବ ନିର୍ବାଚିତ ପ୍ରତିନିଧି ମାନଙ୍କ ଉପରେ କିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଦେଖିବାକୁ ରହିଲା, ଆସନ୍ତା ୨୮ ତାରିଖରେ ବ୍ଲକ ଘେରାଉ କରିବା ସହ ଯିଏ ଯିଏ ଦୁର୍ନୀତିରେ ସଂପୃକ୍ତ ସେହିଦିନ ଏହାର ଖୁଲାସା କରିବେ ବୋଲି ଗରିବ ସେନା ସଭାପତି ବୀରେନ୍ଦ୍ର ବାଗ ସୁଚନା ଦେଇଛନ୍ତି। ପ୍ରତି ଦୁଇ ମାସରେ ଥରେ ବୈଠକ ଡାକି ସମିତି ମାନଙ୍କ ସହ ଆଲୋଚନା କରି କାର୍ଯ୍ୟ କରିବା କଥା କିନ୍ତୁ ତାହା ହେଉନି, ଯଦ୍ୱାରା ଏହି ଦୁର୍ନିତୀ ହେଉଥିବା ନେଇ ଏବେ ସହରରେ ଚର୍ଚ୍ଚା ଜୋର ଧରିଛି। ତେବେ ସେ ଯାହା ବି ହେଉ ଗରିବ ସେନା ବ୍ଲକ ଘେରାଉ କରିବାକୁ ଆହ୍ବାନ ଦେଇଥିବା ବେଳେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର ଦେଖିବାକୁ ରହିଲା।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like