-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
15-Oct-2022
ବଲାଙ୍ଗିର/ପୁଇଁତଳା// ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଆଟଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଶ୍ୱ ହାତ ଧୁଆ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଦିଲିପ ଯୋଶୀ ଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜନ ହୋଇଥିଲା । ପ୍ରଧାନ ଶିକ୍ଷକ ଶ୍ରୀ ଯୋଶୀ ଚଳିତ ବର୍ଷର ବିଷୟ ‘ୟୁନାଇଟେଡ ଫର ୟୁନିଭର୍ସାଲ ହ୍ୟାଣ୍ଡ୍ ହାଇଜିନ୍’ ଉପରେ ଆଲୋଚନା କରିବା ସହ ସବୁବେଳେ ସାବୁନ ଦ୍ୱାରା ହାତକୁ ଭଲ ଭାବେ ସଫା କରିବା ପାଇଁ ପରାମର୍ଶ ଦେଇଥିଲେ । ପରେ ବିଦ୍ୟାଳୟର ଜୁନିୟର ରେଡକ୍ରସ ପରାମର୍ଶଦାତା ସନ୍ତୋଷିନୀ ସାହୁ ହାତ ଧୋଇବାର ସୋପାନ ଗୁଡିକ ଦେଖାଇଥିଲେ । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ର ସଂଯୋଜନା ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାମୟୀ ଭୋଇ କରିଥିବା ବେଳେ ଶିକ୍ଷକ ସନାତନ ବାଗ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ରୋହିତାଶ୍ୱ ଯୋଶୀ, ନିତେଇ ନାଏକ, ଶିକ୍ଷୟିତ୍ରୀ ପଦ୍ମିନୀ ସାହୁ, ଶିକ୍ଷା କର୍ମଚାରୀ ପ୍ରେମରାଜ ପଶାୟତ, ରମାକାନ୍ତ ବେହେରା ପ୍ରମୁଖ ସହଯୋଗ କରିଥିଲେ ।