-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
14-Oct-2022
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ହିଙ୍ଗମା ରସ୍ତାରେ ରାଜସ୍ୱ ବିଭାଗ ପକ୍ଷରୁ ଚଢାଉ କରାଯାଇ ମୁରୁମ ବୋଝେଇ ଟ୍ରାକ୍ଟର ଜବତ କରିବା ସହ ଜରିମାନା ଆଦାୟ କରାଯାଇଛି । ସୂଚନା ଅନୁସାରେ ହିଙ୍ଗମା ରାସ୍ତା ଦେଇ ଏକ ଟ୍ରାକ୍ଟର ଯୋଗେ ମୁରୁମ ଚୋରା ଚାଲାନ ହେଉଥିବା ବେଲେ ଅତିରିକ୍ତ ତହସିଲଦାର ସୋମନାଥ ବେହେରା ଏବଂ ଧର୍ମସାଲା ରାଜସ୍ୱ ନିରିକ୍ଷକ ସସ୍ମିତା ମିଶ୍ର ଚଢାଉ କରିଥିଲେ । ସେଠାରେ ଟ୍ରାକ୍ଟର ଚାଲକ ଆବଶ୍ୟକ କାଗଜପତ୍ର ଦେଖାଇ ନପାରିବାରୁ ଗାଡିକୁ ଜବତ କରିବା ସହ ୧୫ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ ।