-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
14-Oct-2022
ଲାଙ୍ଗୀର/ଟିଟିଲାଗଡ(ସନ୍ତୋଷ କୁମାର ନାଏକ) : ବାରମ୍ୱାର ନିଜ ବିମା ଟଙ୍କା ପ୍ରଦାନ ଦାବି କରି ଆସୁଥିଲେ ସୁଦ୍ଧା ସମ୍ପୂର୍ଣ ଅବହେଳା କରାଯାଉ ଥିବା ନେଇ ଚାଷୀ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହୋଇ ରେଳ ଚଳାଚଳ ବନ୍ଦ କରିଛନ୍ତି।
ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ରେଳ ଜଙ୍କସନ୍ ଦେଇ ଅନେକ ଦ୍ରୁତଗାମୀ ଟ୍ରେନ ଚଳାଚଳ କରୁଥିବା ବେଳେ ଏହି ଷ୍ଟେସନରେ ଆଜି ଚାଷୀ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରେଳ ରୋକ କରିଛନ୍ତି। ଦୁରଦୁରାନ୍ତରୁ ଶହ ଶହ ସଂଖ୍ୟାରେ ଚାଷୀ ଏହି ରେଳ ଷ୍ଟେସନରେ ପହଞ୍ଚି ନିଜ ବୀମା ଟଙ୍କା ପ୍ରଦାନ ଦାବି ନେଇ ଏହି ରେଳ ରୋକ୍ କରିଥିବା ବେଳେ ଉକ୍ତ ଟଙ୍କା ପ୍ରଦାନ ରେ ସମ୍ପୂର୍ଣ୍ଣ ଅବହେଳା କରାଯାଉ ଥିବା ପ୍ରକାଶ କରିଛନ୍ତି।
ଏହି ରେଳ ରୋକ୍ ପାଇଁ ଯାତ୍ରୀ ଅକଥନୀୟ ଦୁର୍ଦ୍ଦଶା ର ଶିକାର ହେଉଛନ୍ତି।