-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
14-Oct-2022
କାଳିଆ ପଇସା ହଡପ ଘଟଣାରେ ପୁଣି ସାମ୍ନାକୁ ଆସିଲା ଡାବୁଗାଁ ଅଞ୍ଚଳର ଏକ କିଓସ୍କୋ ବ୍ୟାଙ୍କ ଘଟାଲା, ଅଭିଯୋଗ ଆଣିଲେ ବଡ଼ଓଲମା ଗ୍ରାମର ସୁକାନନ୍ଦ ଭତ୍ରା।ବୃଦ୍ଧା ଜନକ କହିବା ପ୍ରକାରେ ତାଙ୍କ ଗ୍ରାମରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ତରଫରୁ ଚାଲିଥିବା କିଓସ୍କୋ ବ୍ୟାଙ୍କର ମାଲିକ ଅଜିତ ପଣ୍ଡା ପାଖରେ ଖାତା ଖାଲିଥିଲେ କିନ୍ତୁ ତାଙ୍କ ପାସବୁକ ରୁ ତାଙ୍କ ଅଜାଣତରେ କେହି ଜଣେ କାଳିଆ ପଇସା ହେରଫେର କରିଛି ।ସେ କିହିବା ପ୍ରକାରେ 5କିସ୍ତି କାଳିଆ ପଇସା ପାଇଁ ନାହାନ୍ତି । ଗ୍ରାମରେ ଥିବା କିଓସ୍କୋ ବ୍ୟାଙ୍କ ଛଡା ଅନ୍ୟ କଣସି ସ୍ଥାନରେ ସେ ପଇସା ଉଠାଇବାକୁଯାଇ ନଥିବା ପ୍ରକାଶ କରିଛନ୍ତି। ବାରମ୍ବାର ଗ୍ରାମରେ ଥିବା କିଓସ୍କୋ ବ୍ୟାଙ୍କ ସଖାକୁ ଯିବବା ପରେ ମଧ୍ୟ ତାଙ୍କୁ ଟଙ୍କା ମିଳିଲାନଇଁ ।ପ୍ରଥମେ କିଓସ୍କୋ ରୋ ମାଲିକ ପଇସା ଅଛି ଘରକାମ ଚାଲିଛି କିଛିଦିନ ପାରେ
କଡ଼ିଦେବୀ କହିଲେ କିନ୍ତୁ ପରେ ମୋ ଫିଙ୍ଗର ପ୍ରିଣ୍ଟ ନେବାପରେ ମନା କରିଦେଲେ ତୋ ଏକାଉଣ୍ଟରେ ପଇସା ନେଇ କହିଲେ।ବଡ଼ଅଲମାରେ ଖୋଲା ଯାଇଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର କିଓସ୍କୋ ବ୍ୟାଙ୍କ ପ୍ରକୃତରେ ବିରିଗାଁ ଗ୍ରାମ ନାମରେ ବଡ଼ ଆଲମାଠାରେ ଚାଲିଛି ।ତଥାପି ଜାଣି ଶୁଣି ଡାବୁଗାଁ ଉତ୍କଳ ବ୍ୟାଙ୍କ ର ଉପରିସ୍ତ କର୍ମଚାରୀ ମାନେ ଚୁପ ଥିବା ବର୍ତ୍ତମାନ ପ୍ରଶ୍ନବାଚି ସୃଷ୍ଟି କରୁଛି ।ଏବେ ଦେଖିବାକୁ ବାକି ରହିଲା ବୃଦ୍ଧା ଜଣକ କିଭଳି ତାଙ୍କ କାଳିଆ ପଇସା ଫେରି ପାଇବେ ।
(ରିପୋର୍ଟ : ମିହିର ଶଙ୍କର ପାତ୍ର,ନବରଙ୍ଗପୁର)