-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
14-Oct-2022
ବଲାଙ୍ଗିର (ପ୍ରେରଣା ଖବର) ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ କାମକୁ ତ୍ୱରାନ୍ୱିତ କରିବା ଦାବିରେ ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ ସଂଘର୍ଷ ସମିତି ତରଫରୁ ଆଜି ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏକ ଗଣଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମିତିର ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆୟୋଜିତ ଏହି ଧାରଣାରେ ଜିଲ୍ଲାର ବିଭିନ୍ନ ସାମାଜିକ ଓ ରାଜନୈତିକ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଯୋଗ ଦେଇ ଜିଲ୍ଲାରେ ଗମନାଗମନ କ୍ଷେତ୍ରରେ ତଥା ରାଜଧାନୀ ସହ ବ୍ୟବବସାୟିକ ସଂପର୍କ ସ୍ଥାପନ କ୍ଷେତ୍ରରେ ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ ଏକ ମାଇଲଖୁଣ୍ଡ ହେବ ବୋଲି ଉଦ୍ବୋଧନ ଦେଇଥିଲେ । ଆଜି ଗୋଟିଏ ଦିନରେ ଏହି ସମାନ ଦାବିକୁ ନେଇ ସୋନପୁର ଓ ବୌଦ୍ଧ ଜିଲ୍ଲାରେ ମଧ୍ୟ ସଂଘର୍ଷ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦିଆଯାଇଛି ।