-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
13-Oct-2022
ବରଗଡ:-ଆଜି ଅପରାହ୍ନ ୩ ଘଟିକା ସମୟରେ ବରଗଡ ଜିଲ୍ଲା ପାଇକମାଲ ବ୍ଳକ ଅଧିନରେ ଥିବା ପଞ୍ଚାୟତ ହାଇସ୍କୁଲ ବୁକୁରାମୁଣ୍ଡା ପରିସରରେ ବରଗଡ ଏସ.ପି ଙ୍କ ନିର୍ଦ୍ଦେଶାନୁଯାୟୀ ଜଗଦଲପୁର ଥାନା ର ଉପଅଧିକାରୀ ପ୍ରତାପ କୁମାର ପାଣି ଙ୍କ ତତ୍ୱାବଧାନରେ ବରଗଡ ରୁ ଆସିଥିବା ପ୍ରଶିକ୍ଷକ ବୀରାଙ୍ଗନା କାର୍ଯ୍ୟକ୍ରମ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇବା ସଙ୍ଗେସଙ୍ଗେ ଏହାର ଉଦ୍ଦେଶ୍ୟ ତଥା ନିଜକୁ ଆତ୍ମସୁରକ୍ଷା କିଭଳି କରିପାରିବା ସେ ବିଷୟରେ ବିଭିନ୍ନ ପୋଜିସନ ର ଝଲକ ଦେଖାଇଥିଲେ ।ଏହି କାର୍ଯ୍ୟକ୍ରମରେ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତି ଅନୀତା ଭୋଇ ଏବଂ ସମିତି ସଭ୍ୟା ଶ୍ରୀମତି ସୁସ୍ମିତା ବାରିକ ଙ୍କୁ ନିମନ୍ତ୍ରୀତ କରାଯାଇଥିଲା ।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ,ଶିକ୍ଷକ ଓ କର୍ମଚାରୀ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ ।