-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
13-Oct-2022
ବୀରମହାରାଜପୁର, ( ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଠାରେ ୪୦ ତମ ଗଜଲକ୍ଷ୍ମୀ ପୂଜା ଅବସରରେ ମୁରାସୁର ଦରବାରର ଦ୍ଵୀତୀୟ ସନ୍ଧ୍ୟା । ଏହି ଲୋକ ନାଟକ ମଞ୍ଚସ୍ଥ। ଅବସରରେ ମହାରାଜା ମୁରାସୁର ଭୋପାଲ ରାଜ୍ୟ ଆକ୍ରମଣ କରି ଭୋପାଳେଶ୍ଵରଙ୍କୁ ପରାସ୍ତ କରି ରାଜକୁମାରୀ ମଦନାବତୀ ଙ୍କୁ ବିବାହ ଓ ସ୍ବର୍ଗପୁର ଆକ୍ରମଣ ରେ ଦେବତାଗଣ ବିଷ୍ଣୁଙ୍କ ଶରଣାପନ୍ନ ଏବଂ ପାତଳପୁରୀ ଆକ୍ରମଣ ପାଇଁ ନାରଦଙ୍କ ସହ ମନ୍ତ୍ରଣା ନାଟକ ମଞ୍ଚସ୍ଥ ହୋଇଥିବା। ମହାରାଜ ମୁରାସୁର ଙ୍କ ରଙ୍କସଭାରେ ପୂଜା କମିଟି ସଭାପତି ଲବ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜକୀୟ ଅତିଥି ଭାବେ ମୁର୍ଷୁଣ୍ଢୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଡା.ଶିବାନନ୍ଦ ଚାଉଲିଆ, ମହାନଦୀ ନେତ୍ର ଚିକିତ୍ସାଳୟର ଡା. ଦେବେନ୍ଦ୍ର ସାହୁ, ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟ ନନ୍ଦ, ଚମ୍ପାମାଳ ସରପଞ୍ଚ ମହେନ୍ଦ୍ର ଜଗଦଲା,ବାଗବର ସରପଞ୍ଚ ନିରୂପମା ବଗର୍ତ୍ତି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ପୂଜା କମିଟି ପକ୍ଷରୁ ଅତିଥିଙ୍କୁ ସ୍କୃତିଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ମଞ୍ଚ ଉପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଦର୍ଶକଙ୍କୁ ବିଲମ୍ବିତ ରାତ୍ରି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ଏହି ଅବସରରେ ମୀନା ବଜାର ସାଙ୍ଗକୁ ଘର
ଉପକରଣ ସହ ମନହରି ସାମଗ୍ରୀରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ଉପଦେଷ୍ଟା ରାଜଗୋପାଳ ପାଣିଗ୍ରାହୀ ଓ କୁଶ କୁମାର ସାହୁ, ଉପ ସଭାପତି କୁଶ କୁମାର ସାହୁ, ଉପ ସଭାପତି ଧନଞ୍ଜୟ ସାହୁ, ସମ୍ପାଦକ ତ୍ରୟଞ୍ଜିବୀ ମିଶ୍ର, କୋଷାଧ୍ୟକ୍ଷ ସତ୍ୟମୋହନ ବେଦପାଣି, ମନୋଜ ନାଏକ, ସହ ସମ୍ପାଦକ ବିଦ୍ୟାଧର ଖୁର୍ଡିଆ, ପଦ୍ମନାଭ ପ୍ରଧାନ, ସନ୍ତୋଷ ସମର୍ଥ, ଆଦିତ୍ୟ ପ୍ରସାଦ ସାହୁ, ସୁନିଲ ପ୍ରଧାନ, ସତ୍ୟବ୍ରତ ଦ୍ବାରୀ, ଲୋକନାଥ ସାହୁ, ଗୋପୀନାଥ ସାହୁ, ଶ୍ୟାମ ନନ୍ଦ, ବଳରାମ ପଧାନ, ସହଦେବ ମହାକୁର, ହିମାଂଶୁ ପ୍ରଧାନ, ସୋମ୍ୟରଞ୍ଜନ ରଥ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ସହଯୋଗ କରୁଛନ୍ତି।