-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
11-Oct-2022
ଆଗଲପୁର, (ବିନୋଦ କୁମାର ଦୀପ) ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ଗ୍ରାମ ଠାରେ ମାଁ ଛେଲିଆପାଟ ଆଂଚଳିକ ମହୋତ୍ସବ ଧୁମ୍ ଧାମରେ ପାଳିତ ହୋଇଯାଇଛି l ତିନି ଧରି ଚାଲିଥିବା ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଚଳର ଅନେକ ବିଶିଷ୍ଟ ବୁଦ୍ଧିଜୀବି ରାଜନେତା ଯଥା- ବିଜେଡି ରାଜ୍ୟ ସମ୍ପାଦିକା ଶ୍ରୀମତି ରଞ୍ଜୁ ରାଏମନ୍ ,ଆଗଲପୁର ବ୍ଲକ୍ ଉପାଧ୍ୟକ୍ଷା ଶ୍ରୀମତି ନିରୁପମା ପଧାନ ,ଭରସୁଜା ପଞ୍ଚାୟତର ସରପଞ୍ଚ ଶ୍ରୀମତି ପ୍ରମିଲା ସାହୁ, ନୁନିଆପାଲି ପଞ୍ଚାୟତର ସରପଞ୍ଚ ଶ୍ରୀମତି ପୁଷ୍ପାଞ୍ଜଳୀ ସାହୁ ଓ ଝରଣୀପାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ସୁଜିତ ସାହୁ ସହ ମା ଛେଲିଆପାଟ ସେବା ସଙ୍ଗଠନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ବିଚିତ୍ରା ନନ୍ଦ ପାତ୍ର ଯୋଗଦାନ କରିଥିଲେ l ଏହି ମହୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ କବି ସମ୍ମୀଳନୀରେ କବି ହରିଲାଲ ସାହୁ, ମୁନିରାମ କୁମ୍ଭାର, ନକୁଳ ମେହେର ଓ ରଞ୍ଜିତ ପଧାନ ଉପସ୍ଥିତ ହୋଇଥିଲେ l ଯାହାକି ମହୋତ୍ସବର କେନ୍ଦ୍ରବିନ୍ଦୁ ଥିଲା l ଏହି ଆଞ୍ଚଳିକ ଛେଲିଆପାଟ ଆଂଚଳିକ ମହୋତ୍ସବରେ ଦଣ୍ଡନୃତ୍ୟ , ନୃତ୍ୟପରିବେଷଣ, ସମାଜ ସେବୀ ସଂଗଠନ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା l ଏଥିରେ ମା ଛେଲିଆପାଟ ସେବା ସଙ୍ଗଠନ, ଯାତ୍ରା କମିଟି, ଡ୍ରାଇଭର ସଙ୍ଘ ସମେତ ଅଞ୍ଚଳବାସୀଙ୍କ ବିଶେଷ ସହଯୋଗ ରହିଥିଲା l